ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

0 447

ମଇ ୨୬ ତାରିଖ ୨୦୨୦ମସିହା(ମଙ୍ଗଳବାର) .ଆଜି ଉମା ଚତୁର୍ଥୀ,ଜ୍ୟେଷ୍ଠ-ଶୁକ୍ଳ ପକ୍ଷ,ମକର ରାଶିର ଘାତବାର ଆଜିଚତୁର୍ଥୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ
ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ । ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ । ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ  ପାଇଁ ଦୂରଯାତ୍ରା କରିବାକୁ ପଡିପାରେ । ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ । ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
ବୃଷ-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ  କରିବେ । ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ ।କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ । ବ୍ୟାପାର ଲାଭଦାୟକ ରହିବ । ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ
ମିଥୁନ-ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ । ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ । କାର୍ଯ୍ୟ କ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ । ବ୍ୟାପାର ମଧ୍ୟମ ରହିବ  । ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।
କର୍କଟ-ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ । ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ । ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।
ସିଂହ-ଆଜି ବ୍ୟୟବୃଦ୍ଧି ହେବ । ଚକ୍ଷୁ ପୀଡା ଦେଖାଦେବ । ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ । କାର୍ଯ୍ୟ କ୍ଷେତ୍ରରେ ଭଲ କାର୍ଯ୍ୟ  କରି ମଧ୍ୟ ସମାଲୋଚିତ ହେବେ । ବ୍ୟାପାରରେ କ୍ଷତି ସହିପାରନ୍ତି । ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ ।
କନ୍ୟା-ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ । ଶୁଭ ସମାଚାର ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ  ହାସଲ କରିବାରେ ସଫଳ ହେବେ । ବ୍ୟାପାର ଲାଭଦାୟୀ ରହିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ  ଆୟୋଜନ ହୋଇପାରେ ।
ତୁଳା-ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ । ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ । କାର‌୍ୟ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି । ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ । ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ ।
ବିଛା-ଆଜି ଉପହାର ମିଳିପାରେ । କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ । କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ । କାର୍ଯ୍ୟ କ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ । ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ । ପରିବାରରେ ସୁଖରେ ସମୟ କାଟିବେ ।
ଧନୁ-ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ । କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି । ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ ।
ମକର-ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ । ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଅଯଥା ଖର୍ଚ୍ଚ ବଢ଼ିଯିବ । କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ । ବ୍ୟାପାରରେ କାର୍ଯ୍ୟ ଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
କୁମ୍ଭ-ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ । କାର୍ଯ୍ୟ ସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ । ବ୍ୟାପାରରେ ଦିନଟି ଅଶୁଭ ରହିପାରେ । ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ ।
ମୀନ-ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି । ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ । ନୂତନ ବସ୍ତ୍ରଭୂଷଣ ଲାଭ କରିବେ କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ । ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।

Leave A Reply

Your email address will not be published.