ଜୁନ ୧୭ରେ ଖୋଲିବ କଲେଜ ଓ ବିଶ୍ଵବିଦ୍ୟାଳୟ

0 270

ଆଜି ସକାଳର ଖବର,୧୩ । ୦୬ । ୨୦୧,ଶନିବାର
୧-ବନସ୍ତେ ଡାକିଲା ଗଜ….. ଆଜି ସଜବାଜ , ଆସନ୍ତାକାଲି ପହିଲି ରଜ। ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦେବା ଆବଶ୍ୟକ।
୨-ଜୁନ ୧୭ରେ ଖୋଲିବ କଲେଜ ଓ ବିଶ୍ଵବିଦ୍ୟାଳୟ, ଶିକ୍ଷକ ଓ କର୍ମଚାରୀ ଆସିବେ। ଛାତ୍ରଛାତ୍ରୀ ଆସିବେ ନାହିଁ।
୩-୨୪ ଜିଲ୍ଲାକୁ ଛୁଇଁଲା ମୈ।ସୁମୀ,ଦୁଇ ଦିନ ବର୍ଷିବ।
୪-ଜିବନ ଆଗ,ରଜ ପଛ: ଗଞ୍ଜାମରେ ରଜ ଦୋଳି, ମେଳା, ମହୋତ୍ସବରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଜୁନ୍ ୧୬ ଯାଏଁ ସକାଳ ୭ରୁ ସଂଧ୍ୟା ୭ଯାଏଁ କେବଳ ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଓ ଲୁଗା ଦୋକାନ, ଖୋର୍ଦ୍ଧାରେ ଏକାଠି ରଜ ପାଳନ ମନା ।
୫-ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୨୦ ଜଣ କରୋନା ଆକ୍ରାନ୍ତ, ଓଡ଼ିଶାରେ ଆରୋଗ୍ୟଙ୍କ ସଂଖ୍ୟା ୨୪୭୪ କୁ ବୃଦ୍ଧି।
୬-ରଜ ପାଇଁ ବାଉଳା ହେଲେ ଲୋକେ: ମାନିଲେନି କରୋନା ଗାଇଡଲାଇନ , ମାର୍କେଟ ବିଲ୍ଡିଂ ସିଲ୍ କଲା BMC
୭-ଖୋର୍ଦ୍ଧା, ବାଲେଶ୍ବର ଜିଲା ସରକାରୀ କର୍ମଚାରୀଙ୍କ ମଙ୍ଗଳବାର ସ୍ଥାନୀୟ ଛୁଟି।
୮-ସାମାନ୍ୟ କୋହଳ ହେଲା କଟକଣା, ସଟଡାଉନ୍ ରେ ଖୋଲା ରହିବ ରାସ୍ତାକଡ଼ ଢାବା।
୯-ସଟ୍‌ଡାଉନ୍‌ରେ ଘରେ ପହଞ୍ଚିବ ମାଛ, ମାଂସ : ଖୋଲା ରହିବ ଓପୋଲ୍‌ଫେଡ୍ ଓ ଚିଲିକା ଫ୍ରେସ୍।
୧୦-ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା।
୧୧-ଯୁକ୍ତ ଦୁଇ ବାକି ଥିବା ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ, ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କଠାରୁ ଡାଟା ସିଟ୍‌ରେ ତଥ୍ୟ ମାଗିଲା CHSE
୧୨-କରୋନା ପ୍ରସଙ୍ଗ: ମୋଦୀ -ନବୀନଙ୍କ ଆଲୋଚନା ୧୭ରେ।
୧୩-ନେପାଳ ପକ୍ଷରୁ ସୀମାରେ ଗୁଳି ବିନିମୟ, ଜଣେ ନାଗରିକଙ୍କ ମୃତ୍ୟୁ ଘଟିଥିବବେଳେ ଦୁଇ ଜଣ ଆହାତ ହୋଇଥିବା ସୂଚନା।

Leave A Reply

Your email address will not be published.