ଜୟଦେବ ବିହାରରୁ ନନ୍ଦନକାନନ ହେବ ଫ୍ଲାଏଓଭର

ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ବିଧାୟକ

0 664

ବାରଙ୍ଗ,୧୦/୫ (ଏସଏସ ନିଉଜ) ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ଫ୍ଲାଏଓଭର ।ନଚେତ ନାଲ୍‌କୋ ଛକ, ପଟିଆ ଓ କିଟ ଛକରେ ହେବ ତିନଟି ଫ୍ଲାଏଓଭର ।ଏଥିପାଇଁ ଭୁୂବନେଶ୍ୱର ଉତର ବିଧାୟକ ସୁଶାନ୍ତୁ କୁମାର ରାଉତ ରାଜ୍ୟସରକାରଙ୍କୁ ପ୍ରସ୍ଥାବ ଦେଇଛନ୍ତି ।ଗୋଟେପଟେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଶେଷକରି କିଟ ଛକ,ପଟିଆ ଓ ନାଲକୋ ଛକରେ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ଅଂଟାଭିଡିଛନ୍ତି ବିଧାୟକ ।ମଙ୍ଗଳବାରଦିନ ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁର ମୁଖ୍ୟ ସମସ୍ୟା ବର୍ଷାପାଣି ନିସ୍କାସନ ପାଇଁ ପଂଚାୟତ କାର୍ଯ୍ୟାଳୟରେ ଆୟୋକିତ ପ୍ରସ୍ତୁତି ବୈଠକରେ ବିଧାୟକ ଯୋଗଦେଇ ଖୁବଶିଘ୍ର ବର୍ଷାପାଣି ନିସ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦେଇଛନ୍ତି ।ଏଥିରେ ଗ୍ରାମ୍ୟ ଉନ୍ନୟନବିଭାଗ ପକ୍ଷରୁ ଏସଡିଓ ତ୍ରିଲୋଚନନାୟକ,ଜେଇ ଚକ୍ରଧର ବେହେରା, ସରପଂଚଙ୍କ ସମେତ ଗାଁ ମୁରବୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ପଂଚାୟତ ନିର୍ବାଚନ ସମୟରେ ଗ୍ରାମବାସୀଙ୍କ ତରଫରୁ ବର୍ଷାଜଳ ନିସ୍କାସନ ପାଇଁ ସ୍ଥାୟୀ ପ୍ରତିକାର କରିବା ପାଇଁ ବିଧାୟକଙ୍କୁ ପ୍ତସ୍ଥାବ ଦିଆଯାଇଥିଲା ।ତେଣୁ ସେ ସମୟରେ ପ୍ରତିଶୃତି ଦେଇଥିବାରୁ ଏହାକୁ ପୁରଣ କରିବା ପାଇଁ ବିଧାୟକଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ଅନ୍ୟପଟେ ଉତର ନିର୍ବାଚନ ମଣ୍ଡଳୀରେ ହେଉଥିବା ଟ୍ରାଫିକ ସମସ୍ୟା ଦୁରପାଇଁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଦୁଇଟି ପ୍ରସ୍ଥାବ ମଧ୍ୟରୁ ଗୋଟିଏ ଖୁବଶିଘ୍ର କାର୍ଯ୍ୟାକାରୀ ହେବାକୁ ଯାଉଛି ବୋଲି ବିଧାୟକ କହିଥିଲେ ।ଏହାପରେ ରଘୁନାଥପୁର ରେ ଥିବା ସତ୍ୟସନ୍ଧାନ କାର୍ଯ୍ୟାଳୟ ରେ ବିଧାୟକଙ୍କୁ ବାରଙ୍ଗ ପ୍ରେସକ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏଥିରେ ସାମ୍ବାଦିକ ରୁଦ୍ରନାରାୟଣ ଷଡ଼ଙ୍ଗୀ,ତ୍ରିଲୋଚନ ରାଉତ, କମଳାକାନ୍ତ ନାୟକ,ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ତୃତ ଥିଲେ ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

Leave A Reply

Your email address will not be published.