କବାଡିଆ ପାଖରେ ବିକ୍ରିବେଳେ ଧରିଲେ ଫରେଷ୍ଟଗାର୍ଡ

0 607

ବାରଙ୍ଗ,୧୪/୨(ଏସଏସନିଉଜ)ନନ୍ଦନକାନନର ଫର୍ଡର ଫାର୍ମରେ ରହିଥିବା ଅନାବଶ୍ୟକ ଥିବା ଲୁହା, ତମ୍ବାତାର, ପମ୍ପକେବୁଲ ଆଦି ସାମଗ୍ରୀକୁ ନନ୍ଦନକାନନର ଜଣେ କର୍ମଚାରୀ କବାଡିଆକୁ ବିକ୍ରି କରିବାପାଇଁ ଉଦ୍ୟମ କରୁଥିବାବେଳେ ଫରେଷ୍ଟଗାର୍ଡ ହାତରେ ସୋମବାରଦିନରେ ଧରାପଡିବା ଘଟଣା ଏବେ ଚର୍ଚ୍ଚା ଯୋରଧରିଛି ।ନନ୍ଦନକାନନରେ ବିଭିର୍ଣ କାର୍ଯ୍ୟପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ବଳକା ଅଂଶକୁଷ୍ଟୋରବିଭାଗର ୱାର୍କସପରେ ରଖାଯାଇଥାଏ ।ଏହାକୁ ପର୍ଯ୍ୟାୟକ୍ରମେ ନିଲାମ ହୋଇଥାଏ ।କିନ୍ତୁ ଏହି ବଳକା ସାମଗ୍ରୀଗୁଡିକୁ ୱାର୍କସପରେ ରଖାନଯାଇ ଫର୍ଡରଫାର୍ମରେ ରଖାଯାଇଥିଲା ।ସୋମବାର ପାଖାପାଖି ୧୧ଟା ସମୟରେ ଏକ ଅଟୋରେ ଏହି ସାମଗ୍ରୀସବୁ ଲଦାଯାଇ ଫର୍ଡରଫାର୍ମର ଦାୟିତ୍ୱରେ ଥିବା ଜଣେ ଫରେଷ୍ଟର ବାରଙ୍ଗରେ ଥିବା ଏକ କବାଡିଆ ପାଖରେ ବିକ୍ରି ଉଦ୍ଦେଶ୍ୟରେ ନେଇଥିଲେ ।ଏହି ସମୟରେ କବାଡିଆ ଦୋକାନଦେଇ ଯାଉଥିବା ନନ୍ଦନକାନନର ଫରେଷ୍ଟ ଗାର୍ଡ ରାମଚନ୍ଦ୍ରକାଣ୍ଡିଙ୍କ ନଜରରେ ପଡିବା ସହ କବାଡିଆଦୋକାନରେ ପହଁଚି ଥିଲେ ।ନନ୍ଦନକାନନର ଜିନିଷ ହୋଇଥିବାରୁ ତାକୁ ଚିହ୍ନି ଏବିଷୟରେ ସିକୁରିଟି ଓଷ୍ଟୋରବିଭାଗ ରେଞରଙ୍କୁ ଡକାଇଥିଲେ ।ଏହି ଦୁଇ ରେଞର ଘଟଣାସ୍ଥଳରେ ପହଁଚି ବିକ୍ରିପାଇଁ ଆସିଥିବା ସାମଗ୍ରୀ ନନ୍ଦନକାନନର ଜାଣିବାପରେ ଅଟୋସହ ନନ୍ଦନକାନନକୁ ଆଣିଥିଲେ ।ଏହାପରେ ବିକ୍ରି ଉଦ୍ଦେଶ୍ୟରେ ଯାଇଥିବା ସାମଗ୍ରୀକୁ ରଖିବାସହ ଅଣ୍ଡରଟେକିଂ ରଖି ଅଟୋଚାଳକ ଓ ଅଟୋକୁ ଛାଡଦେଇଥିବାର ଜଣାପଡିଛି ।ତେବେ ବିକ୍ରି ଉଦ୍ଦେଶ୍ୟରେ ଯାଇଥିବା ସାମଗ୍ରୀଗୁଡିକ ପ୍ରାୟ ୨ଲକ୍ଷଟଙ୍କାର ହେବ ବୋଲି ଜଣାପଡିଛି ।ଅନ୍ୟପଟେ ଏହି ଘଟଣା ଜାଣିବାପରେ ଉପନିର୍ଦ୍ଦେଶକ ସଞିତକୁମାର ଘଟଣାର ଅନୁଧ୍ୟାନ କରି ଦୁଇଦିନମଧ୍ୟରେ ରିପୋର୍ଟ ଦେବାକୁ ଷ୍ଟୋରବିଭାଗ ରେଞରକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।(ଗୈାତମରାଉତଙ୍କ ରିପୋର୍ଟ)

 

 

Leave A Reply

Your email address will not be published.