ମଦବୋଝେଇ କାର ଛାଡି ଖସିଗଲେ

0 222

ବାରଙ୍ଗ,୧୪/୨(ଏସଏସନିଉଜ)ରବିବାର ବିଳମ୍ବିତ ରାତିରେ ବାରଙ୍ଗ ଥାନା ପୋଲିସ ଏକ ମଦବୋଝେଇ କାରକୁ ଜବତକରିବା ସହ କାରରେ ଥିବା ତିନିଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।କୈାଣସି ସୁତ୍ରରୁ ଖବରପାଇ ବାରଙ୍ଗଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ଚୁଡଙ୍ଗରାସ୍ତାରେ ଦ୍ରୁତଗତିରେ ଆସୁଥିବା ଓଡି ୦୫କେ ୮୩୧୯ନଂ କାରଟିକୁ ରୋକିଥିଲେ ।କୈାଶଳକ୍ରମେ କାରରେ ଥିବା ତିନିଜଣ ଯୁବକ କାର ଛାଡି ଚନ୍ଦକା ଜଙ୍ଗଲଆଡେ ଦୌଡି ପଳାଇଥିଲେ ।ପୋଲିସ କାର ସହ କାରଭିତରୁ ୩୨୦ ଲିଟର ଦେଶୀ ମଦ ଜବତ କରିଛି ।ପୁଲିସ ୩୩/୨୨କେଶନଂରେ ଏକ ମକଦ୍ଦମା ରୁଜୁକରିବାସହ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.