କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’ ?

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ଦାନା ? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।ଏହାକୁନେଇଚର୍ଚ୍ଚା ଯୋରଧରିଛି ।ବାତ୍ୟା ‘ଦାନା’ ଉପକୂଳ ମୁହାଁ ହେଉଥିବା ବେଳେ ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବାରୁ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ ୬ ଘଣ୍ଟା ଲାଗିଥାଏ । ହେଲେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

- Advertisement -

Leave A Reply

Your email address will not be published.