କାଲି ଥାନାରୁ ଫେରାରହେଲା, ଆଜି ମହାନଦୀରୁ ମିଳିଲା

0 157

କଟକ, ୨୨ା୭(ଏସଏସନିଉଜ) ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହୋଇଥିବା ଶଙ୍କର୍ଷଣ ବେହେରା ଓରଫ ବବୁଲର ମୃତଦେହକୁ ଯୋବ୍ରା ନିକଟରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ଫାଷ୍ଟଫୁଡ୍ ବ୍ୟବସାୟ କରୁଥିବା ଶଙ୍କର୍ଷଣକୁ ବିଡ଼ାନାସୀ ପୁଲିସ ୧୯ ତାରିଖ ସକାଳେ ଏକ ଚୋରି ମାମଲାରେ ଘରୁ ଉଠାଇନେଇ ତାନିକଟରୁ ଏଲ୍‌ସିଡି ଟିଭି ଓ ଗ୍ୟାସ୍ ସିଲିଣ୍ଡର ଜବତକରି ତାକୁ ଅଟକ ରଖିଥିଲା । ଭୋରସମୟରେ ସେ ପୁଲିସକର୍ମଚାରୀଙ୍କୁ ଧକ୍କାଦେଇ ଫେରାର ହୋଇଆସି ମହାନଦୀକୁ ଡେଇଁପଡ଼ିଥିଲାା ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାକୁ ଖୋଜାଖୋଜି କରିଥିଲେ ମଧ୍ୟ ତାର ପତ୍ତା ପାଇପାରିନଥିଲେ । ତେବେ ଆଜି ଏକ ମୃତଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.