ମାଲକାନଗିରିରେ ବନ୍ୟା

0 103

ମାଲକାନଗିରି ,୨୨ା୭(ଏସଏସନିଉଜ) ଲଗାଣ ବର୍ଷା ଯୋଗୁଁ ମାଲକାନଗିରିଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର କୋଇଗୁରୁଗାଁ ନିକଟରେ ୩୨୬ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଓଡିଶାରୁ ମୋଟୁଦେଇ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯାତାୟତ ବିଚ୍ଛିନ୍ନ ହୋଇଛି। ଯାହାଫଳରେ ବହୁଯାତ୍ରୀବାହୀ ଓ ମାଲଗାଡିଗୁଡିକ ଅଟକି ରହିଛି। କୋଇଗୁରୁଗାଁ ନିକଟ ନଦୀରଜଳସ୍ତର ବଢି ରାସ୍ତାଉପରେ ୨ ଫୁଟ ଉପରେ ପାଣି ଚାଲୁଛି ।ସବୁଆଡେ ଜଳମଗ୍ନ ହୋଇ ରାସ୍ତାଘାଟ ଠିକଭାବେ ଦେଖାଯାଉନାହିଁ। ତିନିଦିନଧରି ଲଗାତାର ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତହୋଇପଡିଛି। ଲଗାଣବର୍ଷା ଯୋଗୁଁ ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଚାଷଜମିରେ ପାଣିଜମି ରହିଛି । ଏଥିସହ ମାଛଚାଷ କରୁଥିବା‌ ପୋଖରୀଗୁଡିକରେ ବର୍ଷାଜଳ ପଶି ଲକ୍ଷାଧିକମାଛ ଓ ଯାଆଁଳ ଭାସି ଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.