କାଲିଠାରୁ ଖୋଲିବ ଶ୍ରୀମନ୍ଦିର, ଜାରିହେଲା ଏସଓପି

0 459

ପୁରୀ,୧୧/୮(ଏସଏସନିୟୁଜ)ଆସନ୍ତାକାଲିଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର ।ଏଥିନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏନେଇ ଏସଓପି ଜାରି କରିଛନ୍ତି।ଏହିଆଧାରରେ କାଲିଠାରୁ ଦୁଇଦିନ ପର୍ଯ୍ୟନ୍ତତ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର‌୍ୟ୍ୟନ୍ତ ସେବାୟତ ପରିବାରମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ । ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ସେହିପରି ୨୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ ।ତେବେ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ମନ୍ଦିର ପରିସରକୁ ସାନିଟାଇଜ୍ ପାଇଁ ଜନସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।ଦର୍ଶନ କରିବା ସମୟରେ ମନ୍ଦିର ଭିତରେ ଓ ବାହାରେ ଭକ୍ତମାନେ ସବୁବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରକୁ ପ୍ରବେଶ ପୂର୍ବରୁ ଭକ୍ତମାନେ ହାତ ସାନିଟାଇଜ୍ କରିବା, ଭିତରେ ପ୍ରତିମାଙ୍କୁ ନ ଛୁଇଁବା, ଦୀପନଲଗାଇବା.ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡିବ ।ଏହାସହ ପର୍ବପର୍ବାଣି ସମୟରେ ଭିଡ଼କୁ ଦୂରେଇବା ପାଇଁ ମନ୍ଦିରକୁ ବନ୍ଦ ରଖାଯିବାକୁ ନିଷ୍ପତି ହୋଇଛି । ତମ୍ବାକୁ କିମ୍ବା ପାନ ଖାଇ ଭକ୍ତ ଛେପ ପକାଇଲେ ୫୦୦ଟଙ୍କା ଓ ମନ୍ଦିର ଭିତରକୁ ପଲିଥିନ ଆଣିଲେ ୧୦୦ଟଙ୍କା ଜରିମାନା ଦେବାକୁ ହେବ।ତେବେ ଜଗା ଦର୍ଶନ ପାଇଁ ଭକ୍ତଙ୍କୁ ୯୬ଘଣ୍ଟା ପୂର୍ବର ଆରଟି-ପିସିଆର ନେଗେଟିଭ ରି‌ପୋର୍ଟ ନଚେତ କରୋନା ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ହେବ।

 

Leave A Reply

Your email address will not be published.