କମ୍ ଲୁଣ ଖାଉଥିଲେ ବି ସାବଧାନ !

ମାଡିଆସିବ ଏହି ସମସ୍ୟା

0 135

ଆମ ସ୍ୱାସ୍ଥ୍ୟପାଇଁ ସୋଡିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ତଥାପି ଏହାର ଅତ୍ୟଧିକପରିମାଣ ସ୍ୱାସ୍ଥ୍ୟପାଇଁ ଅନେକ କ୍ଷତି ମଧ୍ୟକରିପାରେ । ଏହିକାରଣରୁ ବିଶେଷଜ୍ଞମାନେ ଏହାକୁ ସୀମିତପରିମାଣରେଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି ।ବିଶ୍ୱସ୍ୱାସ୍ଥ୍ୟସଂଗଠନ(WHO)ଅନୁଯାୟୀ, ଦୈନିକ୫ଗ୍ରାମ୍ ଲୁଣଖାଇବା ସ୍ୱାସ୍ଥ୍ୟପାଇଁ ସ୍ୱାଭାବିକ।କିନ୍ତୁ ଏହାଠାରୁ ଅଧିକ କିମ୍ବା କମ୍ ଖାଇବା ଶରୀରପାଇଁ କ୍ଷତିକାରକ ଅଟେ । ଯେପରି ଅତ୍ୟଧିକଲୁଣ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ, ସେହିପରି ଏହାରକମ୍ ପରିମାଣ ଅର୍ଥାତ୍ ଶରୀରରେ ସୋଡିୟମରକମ୍ ପରିମାଣ ମଧ୍ୟ ଅନେକସମସ୍ୟା ସୃଷ୍ଟି କରିପାରେ ।ଆଜି ଜାଣିବା ଏହାର ପାର୍ଶ୍ବପ୍ରତିକ୍ରିୟା ବିଷୟରେ….
ଉଚ୍ଚରକ୍ତଚାପ-ଶରୀରରେ କମ୍ ସୋଡିୟମରପରିମାଣ ନିମ୍ନବ୍ଲଡପ୍ରେସରର କାରଣହୋଇପାରେ।ଏହି ଅବସ୍ଥାକୁ ହାଇପୋଟେନସନ୍ ବା ଉଚ୍ଚରକ୍ତଚାପ କୁହାଯାଏ ।ଉଚ୍ଚରକ୍ତଚାପରେ ପୀଡିତହେଲେ, ଜଣେବ୍ୟକ୍ତି ମୁଣ୍ଡ ବୁଲାଇବା, ବାନ୍ତି ଏବଂ ଅସ୍ପଷ୍ଟଦେଖିବା ଭଳିଲକ୍ଷଣ ଅନୁଭବକରିପାରନ୍ତି ।କ୍ରନିକ୍ ହାଇପୋଟେନସନ ଶରୀରର କିଛିଅଂଶରେପର୍ଯ୍ୟାପ୍ତ  ରକ୍ତପ୍ରବାହ ହୋଇଥାଏ, ଯାହା କ୍ଷତିଘଟାଇପାରେ ।
ହାଇପୋନେଟ୍ରେମିଆ-ଏହାଏକ ଗମ୍ଭୀରଅବସ୍ଥା ଯେଉଁଥିରେ ରକ୍ତରେସୋଡ଼ିୟମରସ୍ତର କମ୍ ହୋଇଥାଏ । ଏହାର ଲକ୍ଷଣ ବାନ୍ତି, ମୁଣ୍ଡବିନ୍ଧା ହୋଇଥାଏ ।ସ୍ଥିତିଗମ୍ଭୀରହେଲେ ଜୀବନପ୍ରତି ବିପଦ ମଧ୍ୟ ହୋଇପାରେ ।
ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ –ଅତ୍ୟଧିକକମ୍ ସୋଡିୟମ୍ ଖାଇବା ଶରୀରରେ ଇଲେକ୍ଟ୍ରୋଲାଇଟର ସନ୍ତୁଳନକୁ ଖରାପ କରିପାରେ ।ଏହା ମାଂସପେଶୀକୁ ଦୁର୍ବଳକରିପାରେ ।ଆଥଲେଟ୍ ଏବଂ ଅଧିକ ଫିଜିକାଲ ଆକ୍ଟିଭିଟି କରୁଥିବାଲୋକଙ୍କ ପାଇଁ ଏହା ବିପଜ୍ଜନକହୋଇପାରେ ।
ଇନସୁଲିନ୍ ପ୍ରତିରୋଧରେ ବୃଦ୍ଧି-କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଅତ୍ୟଧିକ କମ୍ ସୋଡିୟମ୍ ଡାଏଟ୍ ଖାଇବା ଦ୍ବାରା ଇନସୁଲିନ୍ ପ୍ରତିରୋଧ ବଢିପାରେ, ଯାହା ଦ୍ବାରା ଟାଇପ୍-୨ଡାଇବେଟିସ୍ ରୋଗ ହୋଇପାରେ।
କିଡନୀକାର୍ଯ୍ୟରେ ପ୍ରଭାବିତ ହୁଏ-ଅତ୍ୟଧିକ କମ୍ ସୋଡିୟମ୍ ଖାଇବାଦ୍ୱାରା କିଡନୀଉପରେ ଚାପପଡିପାରେ, କାରଣ ଏହାସଠିକ୍ ଭାବରେ କାର୍ଯ୍ୟକରିବାପାଇଁ ଏକ ନିର୍ଦ୍ଦିଷ୍ଟସ୍ତରର ସୋଡିୟମ୍ ଆବଶ୍ୟକକରନ୍ତି ।ଏଭଳି ପରିସ୍ଥିତିରେ ସୋଡିୟମର ଅଭାବହେତୁ କିଡନୀଗୁଡ଼ିକରକାର୍ଯ୍ୟ କରିବାରକ୍ଷମତା ପ୍ରଭାବିତ ହୁଏ ଏବଂ କିଡନୀଷ୍ଚୋନ ହେବା ସମ୍ଭାବନାବଢିଯାଏ ।
ମାଂସପେଶୀ ଏବଂ ସ୍ନାୟୁସମ୍ବନ୍ଧୀୟ ସମସ୍ୟା –ସୋଡିୟମ୍ ଅଭାବ ସ୍ନାୟୁଗୁଡିକ ଉପରେ ପ୍ରଭାବ ପକାଇପାରେ ଏବଂ ମାଂସପେଶୀ ସଂକୋଚନକୁ ପ୍ରଭାବିତ କରିଥାଏ ।ଏହା ମାଂସପେଶୀରକୁ ଦୁର୍ବଳ କରିଥାଏ ଏବଂ ଅନେକ କ୍ଷେତ୍ରରେ ପକ୍ଷାଘାତର କାରଣ ସାଜିଥାଏ ।
ହାର୍ଟସମ୍ବନ୍ଧୀୟସମସ୍ୟା –ବହୁତକମ୍ ପରିମାଣରସୋଡିୟମ୍ ମଧ୍ୟ ହାର୍ଟଉପରେ ନକରାତ୍ମକ ପ୍ରଭାବ ପକାଇପାରେ । ସୋଡିୟମ୍ କମ ଖାଇବାଦ୍ବାରା ରକ୍ତଚାପ କମହୋଇପାରେ, ଯାହାଫଳରେ ହାର୍ଟଜନିତ ସମସ୍ୟା ଯେପରି ହୃଦଘାତ ଏବଂ ହାର୍ଟଷ୍ଟ୍ରୋକର ଆଶଙ୍କାହୋଇପାରେ(ଜନହିତରେ ଜାରି)।

 

 

 

Leave A Reply

Your email address will not be published.