କମିଲା ୨ ଟଙ୍କା

0 56

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ଆଉ ଦିନକେଇଟା ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। ଏହାଭିତରେ ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ହ୍ରାସ କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଦୁଇବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ତେଲ ଦାମ୍ କମିଛି। ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ୨ ଟଙ୍କା ହ୍ରାସ ଘୋଷଣା କରାଯାଇଛି। ଶୁକ୍ରବାର ଭୋର ୬ଟାରୁ ସଂଶୋଧିତ ଦର ଲାଗୁ ହେବାନେଇ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।ଦୀର୍ଘଦିନ ପରେ ଗ୍ରାହକମାନଙ୍କୁ ତେଲ ଦରରୁ ଆଶ୍ବସ୍ତି ମିଳିଛି ।ଯାହାଫଳରେ ଭୁବନେଶ୍ବରରେ ପେଟ୍ରୋଲ୍ ଲିଟର ପିଛା ୧୦୧ ଟଙ୍କା ୬ ପଇସା ଡିଜେଲ୍ ୯୨ ଟଙ୍କା ୬୪କୁ ହ୍ରାସ ପାଇଛି।

Leave A Reply

Your email address will not be published.