କମିନି ନବୀନଙ୍କ କ୍ରେଜ

0 252

ଭୁବନେଶ୍ୱର,୧/୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି । ବର୍ଷ ପରେ ବର୍ଷ ବିତିଛି, କିନ୍ତୁ କମିନି ନବୀନଙ୍କ କ୍ରେଜ । ଅପରାଜେୟର ରେକର୍ଡ ସହ ଓଡ଼ିଶାର ଶାସନଭାର ଧରିଛନ୍ତି ନବୀନ ।୨୫ ବର୍ଷ ପୂର୍ବ ଆଜିର ଦିନରେ ରାଜନୀତିରେ ପାଦ ଥାପିଥିଲେ ନବୀନ । ତାଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ କ୍ଷମତାସୀନ ରହିଛି । ତାଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଲଗାତାର ୫ ଥର କ୍ଷମତାସୀନ ହୋଇ ଶାସନ କରୁଛି । ୨୦୦୦ ମସିହାରେ ନବୀନ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.