କାମୁଡ଼ାକାମୁଡ଼ିରେ ୨ ଗୁରୁତର

0 68

ଆନନ୍ଦପୁର,୨୫।୧୦(ଏସଏସନିଉଜ) ୨ଟି ଘଟଣାରେ କାମୁଡ଼ା କାମୁଡ଼ି ହୋଇ ୨ଜଣ ଗୁରୁତର ଆହତ ହୋଇଛନ୍ତି।ସୋସୋ ଥାନା ସଢ଼ାଗାଁରେ ବିଲରେ ୨ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି।ଗଣ୍ଡଗୋଳରେ ଜଣେ ମହିଳା ଅନ୍ୟ ଜଣକ ଗୋଡ଼କୁ କାମୁଡ଼ି ଦେଇଥିଲେ।କାମୁଡ଼ି ମାଂସ ଛିଡ଼ାଇ ଦେବାରୁ ମହିଳାଜଣଙ୍କ ଗୁରୁତର ଆହତ ହୋଇଛନ୍ତି।ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଅନ୍ୟଏକ ଘଟଣାରେ ଆନନ୍ଦପୁର ଥାନା ମାଠିଆନେଣ୍ଡିରେ କାମୁଡ଼ି କାନ ଛିଡ଼ାଇ ଦେଇଛନ୍ତି ମଦ୍ୟପ।୨ମଦ୍ୟପଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ ଜନୈକ ବ୍ୟକ୍ତି ବାରଣ କରିଥିଲେ।ଏଥିରେ ଉତ୍ତ୍ୟକ୍ତ ଜଣେ ମଦ୍ୟପ ଜଣଙ୍କସଂପୃକ୍ତ ବ୍ୟକ୍ତିଙ୍କ ନାକ କାମୁଡ଼ି ଦେଇଥିଲା।ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.