ମୁକ୍ତାକାଶ କାରାଶ୍ରମରେ ନୂଆ ଅଧିକ୍ଷକ

ଅନ୍ତେବାସୀ ଖୁସି

ମେଣ୍ଢାଶାଳ,୩୧।୫(ଏସଏସନିଉଜ) ଜାମୁଝରି ସ୍ତିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ ଦୀର୍ଘଦିନ ଧରି ଅଧିକ୍ଷକ ଦାୟିତ୍ଵରେ ଥିବା ସମୀର ରଞ୍ଜନ ସାହୁଙ୍କର ସୁନ୍ଦରଗଡ ସ୍ଥିତ ଭୋଇପାଲ ମଡେଲ କନଭିକ୍ଟ ଜେଲକୁ ଗତ ସପ୍ତାହରେ ବଦଳି ହୋଇଛି।ତାଙ୍କ ବଦଳି ପରେ ଜେଲର ଦାୟିତ୍ଵରେ ଥିବା ଅମିୟ କୁମାର ବେହେରା ଅଧିକ୍ଷକ ଦାୟିତ୍ଵରେ ରହିଛନ୍ତି। ଏହାକୁ ନେଇ କାରାଶ୍ରମରେ ଥିବା ଅନ୍ତେବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ସୂଚନା ଥାଉକି,୨୦୦୬ ମସିହାରୁ ସମୀର ରଞ୍ଜନ ସାହୁ ସହକାରୀ ଜେଲର ରୂପେ ଏହି କାରାଶ୍ରମ ଦାୟିତ୍ଵରେ ରହିଥିଲେ।ପରେ ମୁଖ୍ୟ କାର୍ଯ୍ୟଳୟକୁ ବଦଳି ହୋଇ କିଛିଦିନପାଇ ଯାଇ ପୁଣି ଏଠାକୁ ଫେରି ଜେଲର ଓ ପରବର୍ତ୍ତୀ ସମୟରେ ଅଧିକ୍ଷକ ରୂପେ କାରାଶ୍ରମର ଦାୟିତ୍ଵରେ ରହିଥିଲେ।ଅଧିକ୍ଷକ ଦାୟିତ୍ଵରେ ରହିବା ବେଳେ ୯ତାଲାରେ ପ୍ରିଜନ ବିଭାଗର ଆଇଟି ସେଲରେ କାମ କରୁଥିବାର ବାହାନା କରି ଏଠାକୁ ଠିକ୍ ଭାବେ ଆସିନଥିଲେ।
ଦୀର୍ଘ ୧୯ବର୍ଷ ଧରି ଏଠାରେ ରହିବାରୁ କଏଦୀମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ହେବା ସହ ନିକଟସ୍ତ ଗ୍ରାମ ସହ ତାଙ୍କର ଭଲ ସମ୍ପର୍କ ନଥିବାର ଅଭିଯୋଗ ମାନ ଆସିଥିଲା।ତାଙ୍କ ସମୟରେ ଜଣେ ଖସିଯିବା ଓ ଜଣେ ଅନ୍ତେବାସୀ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଅଭିଯୋଗ ଆସୁଥିଲା।ଜାମୁଝରି ସ୍ତିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ ୧୨୫ଜଣ କଏଦୀ ରହୁଥିବା ବେଳେ ଏବେ ୩୪ଜଣ କଏଦୀ ରହୁଥିବାର ଜଣାପଡିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.