ମଇମାସ ୩୧ତାରିଖ ୨୦୨୫ ମସିହା(ଶନିବାର)ଶିବବିବାହ ,ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ, ତିଥି- ପଞ୍ଚମୀ ରାତ୍ରି ଘ୦୮/୧୪ ଗତେ ଷଷ୍ଠୀ,ନକ୍ଷତ୍ର- ପୂଷ୍ୟା ରାତ୍ରି ଘ୦୯/୪୫ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୫୦,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୮/୧୪ଗତେ ପଶ୍ଚିମେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୁତେ ରାତ୍ରି ଘ୧୧/୧୪ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୬/୪୮ ମଧ୍ୟେ ଓ ଦିବା ଘ୦୪ /୩୮ ଗତେ ଘ୦୬/୭୨ ମଧ୍ୟେ, ବାରବେଳା- ଦିବା ଘ୦୧/୨୦ ଗତେ ଘ୦୩/୦୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୩/୩୫ ଗତେ ଘ୦୪/୩୬ ମଧ୍ୟେ ଓ ରାତ୍ରି ଘ୦୭/୦୨ ଗତେ ଘ୦୭/୪୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୯/୨୦ଗତେଘ୧୧/୦୬ ମଧ୍ୟେ,ଅଦ୍ୟ ପୋଟଳଭକ୍ଷଣ ନିଷେଧ।
ମେଷ:-ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ସତ ମାତ୍ର ଆଶାକରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।
ବୃଷ:-ବାଣିଜ୍ୟ,ସନ୍ତାନଙ୍କ ସମସ୍ୟା ସମାଧାନହେବ ।ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ।ଗୃହସୀମା, ଗାଡିମୋଟର, ପ୍ରତିଦ୍ୱନ୍ଦ୍ୱିତାକ୍ଷେତ୍ରରେ ମାନସିକଉତ୍ତେଜନା ଓ ଉଦ୍ବେଗ ବଢିପାରେ।
ମିଥୁନ:-ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।
କର୍କଟ:-ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେନାହିଁ।କିନ୍ତୁ ଭାଗ୍ୟ ଭାବସ୍ଥ ମଙ୍ଗଳପ୍ରଭାବରେ ଅପୀଡା ଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
ସିଂହ:-ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତି ର ସହ ବନ୍ଧୁଙ୍କଅବଦାନ ଅବି ସ୍ମରଣୀୟ ରହିବ।ଦିନଟି ପୀଡାଦାୟକ।
କନ୍ୟା:-ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।
ତୁଳା:-ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
ବିଛା:-ଆଜି ସୁଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢପଦକ୍ଷେପ ନେଇ କାର୍ଯ୍ୟହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟକ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
ଧନୁ:-ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।
ମକର:-ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।
କୁମ୍ଭ:-ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।
ମୀନ:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ!

ଖାଲିପେଟରେ ତୁଳସୀପତ୍ର ଖାଇଲେ କଣ ଉପକାର……
ଆୟୁର୍ବେଦରେ ତୁଳସୀପତ୍ରକୁ ଜଡ଼ିବୁଟିର ରାଣୀ ବୋଲି କୁହାଯାଇଥାଏ।ପୁରାତନକାଳରୁ ହିଁ ଏହାକୁ ଘରୋଇମହୌଷଧି ଭାବେ ଆମେ ବ୍ୟବହାର କରିଆସୁଛେ।କାଶ ହେଉକି ଛିଙ୍କ ତୁଳସୀପତ୍ରକୁ ବାଟି ତାରରସ ପିଇଲେ ଅଥବା ଏହିପତ୍ରରୁ କିଛି ଚୋବାଇ ଖାଇଲେ ଅନେକସୁଫଳ ମିଳେବୋଲି ବିଶ୍ୱାସ ରହିଛି।ତେବେ କେବଳ ଏତିକି କାରଣନୁହେଁ, ଆୟୁର୍ବେଦରେ ଖାଲିପେଟରେ ତୁଳସୀପତ୍ର ଖାଇଲେ ଆଉ କଣକଣ ଉପକାର ମିଳିଥାଏ ଜାଣନ୍ତୁ ସେ ସମ୍ପର୍କରେ
ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭରି ରହିଥିବାରୁ, ଏହି ପତ୍ରରୁ ୪/୫ଟି ଲଗାତର୍ ୧୦ଦିନ ସକାଳୁ ଖାଲି ପେଟରେ ଖାଇଲେ ରୋଗପ୍ରତିରୋଧକଶକ୍ତି ବଢିଥାଏ।
ଫଳରେ ଥଣ୍ଡା,କାଶ,ଛିଙ୍କ ତଥା ଭାଇରାଲ୍ ଇନ୍ଫେକ୍ସନ୍ରୁ ଅନେକାଂଶରେ ମୁକ୍ତି ମିଳିଥାଏ। ତାଛଡ଼ା ଏଥିରେ କିଛି ଏନ୍ଜାଇମ୍ ତତ୍ତ୍ୱ ଥିବାରୁ, ଏହାଶରୀରର ପାଚନକ୍ରିୟାକୁ ବି ତ୍ୱରାନ୍ବିତ କରିଥାଏ, ଯଦ୍ଦ୍ବାରା ଗ୍ୟାସ,ବଦହଜମୀ, କୋଷ୍ଠକାଠିନ୍ୟର ସମସ୍ୟାରୁ ବି ଆରାମ ମିଳେ। ଏହାଛଡ଼ା ଖାଲିପେଟରେ ତୁଳସୀପତ୍ର ଖାଇଲେ ବ୍ଲଡ୍ ଶୁଗାର, ବ୍ଲଡ୍ ପ୍ରେଶର, କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହିବା ସହ ଏହା ଆମର ମସ୍ତିଷ୍କକୁ ଶାନ୍ତରଖିବା ଏବଂ ଆମକୁ ଚିନ୍ତାମୁକ୍ତକରିବାରେ ବି ସାହାଯ୍ୟକରିଥାଏ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

