ମୁକ୍ତାକାଶ କାରାଶ୍ରମରୁ କଏଦୀକୁ ମୁକ୍ତ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ଯାମୁଝରିସ୍ତିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ ମଙ୍ଗଳବାର ଦିନ ଜଣେ କଏଦୀକୁ ମୁକ୍ତ କରାଯାଇଛି।ମୁକ୍ତ ହୋଇଥିବା କଏଦୀ ହେଉଛନ୍ତି ଅନୀଲ ପ୍ରଧାନ।କନ୍ଧମାଳ ଜି.ଉଦୟଗିରି ଥାନା ଅଧୀନସ୍ଥ ଲିଙ୍ଗାଗୁଡା ଗ୍ରାମରେ ଅନୀଲଙ୍କ ଘର।ତାଙ୍କୁଏକ ହତ୍ୟା ମାମଲାରେ ୨୦୦୯ ମାର୍ଚ୍ଚ୯ତାରିଖରେ ଆଜୀବନ ସଜା ହୋଇଥିଲା।୨୦୧୮ ଫ୍ରେବୁଆରି୫ତାରିଖରେ ସେ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମକୁ ଆସିଥିଲେ।ଅନୀଲ ଯିବାପରେ ମୁକ୍ତାକାଶରେ କଏଦୀଙ୍କ ସଂଖ୍ୟା ହ୍ରାସ ପାଇ ୨୯ରେ ପହଞ୍ଚିଛି ବୋଲି ସୁପରିଟେଣ୍ଡଟ ସ୍ମିତା ମହାନ୍ତି ଓ ସହକାରୀ ଜେଲର ସ୍ବାଗତ ରଞ୍ଜନ ସାହୁ ସୂଚନା ଦେଇଛନ୍ତି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.