କର୍ମୀ କଲେ ତିଳତର୍ପଣ

0 490

ଡେଲାଙ୍ଗ ,୧୨/୧୦ (ଏସଏସନିୟୁଜ) ଦୟାନଦୀର ବସନ୍ତ ପୁର ଘାଟରେ ସୋମବାର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଡେଲାଙ୍ଗ ବ୍ଲକ ସ୍ତରୀୟ ଦଶାକ ଶୁଦ୍ଧିକ୍ରୀୟା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୨୧ଟି ପଂଚାୟତର ବିଜୁଜନତା ଦଳର ପ୍ରତିନିଧି,କର୍ମୀ ଓ ଅନ୍ତରିକତା ସହ ଭଲାଉଥିବା ଶତାଧିକ ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମୁହଁରେ ମାସ୍କ ଲଗାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କେତେକ କର୍ମୀ ଏହି ଘାଟ ରେ ମୁଣ୍ଡନ ହେବା ସହିତ ତିଳତର୍ପଣ କରିଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ,ବ୍ଲକ ଅତ୍ମାର ସଭାପତି ସୁଧାକର ମାର୍ଥାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ତିଳତର୍ପଣ କାର୍ଯ୍ୟକ୍ରମରେ ଧାନକେରା ପଂଚାୟତର ସରପଂଚ ପ୍ରସନ୍ନ କୁମାର ଜେନା ,ଗୋଡିପୁଟ

ମାଟିଆପଡା ସରପଂଚ ପ୍ରତିନିଧି ଦୁର୍ବାଶା ନିଶଙ୍କ,ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା ,ସାଉରିଆ ପୂର୍ବତନ ସରପଂଚ ଦୁର୍ଯ୍ୟୋଧନ ସାହୁ ,ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ,ବିଦୁଲତା ସ୍ୱାଇଁ,ପ୍ରତିମା ଦାସ,ଭାରତି ଚମ୍ପତି,ସ୍ୱର୍ଣ୍ଣମୟୀ ଜେନା,ଶୁଭଲକ୍ଷ୍ମୀ ସ୍ୱାଇଁ,ପୁଷ୍ପଲତା ସୁନ୍ଦରାୟ,ସୁକାନ୍ତୀ ମାର୍ଥା ,ରୁନା ନନ୍ଦ,ପୂର୍ଣ୍ଣଚନ୍ଦ୍ର ଚମ୍ପତି,ଦିବାକର ପ୍ରଧାନ,ବିପିନି ବିହାରୀ ନରେନ୍ଦ୍ର,ଉପେନ୍ଦ୍ର ଖଟେଇ ,ସର୍ବେଶ୍ୱର ପରିଡା ,ଭୋଳାନାଥ ସ୍ୱାଇଁ,ଅକ୍ଷୟ ସହୁ,ବିର୍ଷ୍ଣୁଚରଣ ସାହୁ,ରବିନାରାୟଣ ତାଡ,ଗଙ୍ଗାଧର ବାରିକ,ବିର୍ଷ୍ଣୁପ୍ରସାଦ ଜେନା,ଜଗନ୍ନାଥ ପ୍ରଧାନ ପ୍ରମୁଖ ଏହି ଶୁଦ୍ଧିକ୍ରୀୟା କାର୍ଯ୍ୟକ୍ରମରେ ଯୋଗଦେଇ ଯଥା ବିଧି ରେ କାର୍ଯ୍ୟସମ୍ପର୍ଣ୍ଣ କରିବା ସହିତ ନୂତନ ବସ୍ତ୍ର ପରିଧାନ କରି ତିଳତର୍ପଣ କରିଥିଲେ । ପଣ୍ଡିତପ୍ରମୋଦ ପାଢି ଏହି ତିଳତର୍ପଣ କରାଇଥିଲେ । (ଡେଲାଙ୍ଗ ରୁ ଚିତଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.