ସରିଲା ଗେଣ୍ଡାଳିଆ ଗଣନା

0 560

ବାରଙ୍ଗ,୧୨/୧୦(ଏସ ଏସ ନିୟୁଜ )ସବୁ ବର୍ଷ ଭଳି ଚଳିତ ବର୍ଷ ନନ୍ଦନକାନନରେ ରବିବାର ଦିନ ଗେଣ୍ଡାଳିଆ ପକ୍ଷୀ ଗଣନା ସରିଛି ।ନନ୍ଦନକାନନ ପର୍ଯ୍ୟଟନ ପରିଚାଳନା ଦାୟିତ୍ବରେ ଥିବା ସହକାରୀ ନିର୍ଦେଶକ ଅମୁଲ୍ୟକୁମାରପରିଡା ଙ୍କ ତତ୍ବାବଧାନରେ ୟୁନିଭରସିଟିର ଜୁଲୋଜି ବିଭାଗର ମୁଖ୍ୟ ଶିବପରିଡା,ଶିକ୍ଷ।ଅଧିକାରୀ ମିଲ୍ ନ କୁମାର ପଣ୍ଡା ,ୟୁନିଭରସିଟିର କିଛି ପିଲାଙ୍କୁ ନେଇ ଗଠିତ ଏକ ଟିମ ଏହି ଗଣନାରେ ସାମିଲ ହୋଇଥିଲେ । ନନ୍ଦନକାନନର ବିଭିର୍ଣ ସ୍ଥାନ ଶିଶୁରେଳଗାଡି,ସିମ୍ପାଞି ଖୁଆଡ ପାଖ,କୁମ୍ଭିରଟାଙ୍କି,ରୋପୱେ ଓ କାଞିଆକୁଳ ରେ ବସା ବାନ୍ଧିଥିବା ସ୍ଥାନ ମାନଙ୍କୁଯାଇ ସେଠାରେ ଥିବା ଗଛରେ ଥିବା ବସା କରି ରହିଥିବା ଗେଣ୍ଡାଳିଆମାନଙ୍କର ଗଣନା ରବିବାର ଦିନ ସାରିଥିଲେ ।

ଏହି ଟିମ ଉପନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।ତେବେ ଭିତରକନିକା ପରେ ନନ୍ଦନକାନନ ହେଉଛି ଦ୍ୱିତୀୟବୃହତ ଗେଣ୍ଡାଳିଆମାନଙ୍କର ବାସସ୍ଥାନ । ଚଳିତବର୍ଷ ନନ୍ଦନକାନନରେ ୨୪୭ଟିଗଛରେ ୩୧୬୮ଟି ବସାରେ ୧୨୬୭୩ଟି ଛୁଆ ଓ ବଡ ଗେଣ୍ଡାଳିଆ ଥିବାର ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

 

Leave A Reply

Your email address will not be published.