କାର୍ତ୍ତିକା ପୂର୍ଣ୍ଣିମା ଉତ୍ସବକୁ ବାରଣ 

0 250

ଭୁବନେଶ୍ୱର,୨୫/୧୧(ଏସଏସନିୟୁଜ) ମହାମାରୀ କରୋନା ପାଇ ଫିକା ପଡିଗଲା କାର୍ତ୍ତିକା ପୂର୍ଣ୍ଣିମା । ମହାମାରୀ କରୋନାଏକ ଗୁରୁତ୍ପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି,ସାଧାରଣ ଲୋକଙ୍କ ସୁରକ୍ଷା ପାଇ କୋଭିଡ -19 ର ଗାଇଡ ଲାଇନକୁ  କଡାକଡି ପାଳନ କରିବାର ଆବଶ୍ୟକତା ରହିଛି।ଯାହାଫଳରେ ରାଜ୍ୟସରକାର ଏଥିପାଇ  ପ୍ରତିବନ୍ଧକ ଲଗାଇଛନ୍ତି  ।ନଭେମ୍ବର ୩୦ ରେ କାର୍ତ୍ତିକା ପୂର୍ଣ୍ଣିମା ପ୍ଡୁଥିବାବେଳେ ନଦୀ ଘାଟ / ଅନ୍ୟାନ୍ୟ ଜଳରାଶି ନିକଟରେ ବାଲିଯାତ୍ରାର ଆଚରଣ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଏଥି   ସମ୍ବନ୍ଧୀୟ କାର୍ଯ୍ୟ  ନିଷେଧ ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ  ପକ୍ଷରୁ କୁହାଯାଇଛି ।ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି  ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି କୁହାଯାଇଛି  ।

 

 

 

Leave A Reply

Your email address will not be published.