ଭିଜିଲାନ୍ସ ଜାଲରେ IFS ଅଫିସର

0 309

ଭୁବନେଶ୍ୱର,୨୫/୧୧(ଏସଏସନିୟୁଜ) IFS ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ୧୯୮୭ ବ୍ୟାଚ୍‌ର IFS ଅଭୟ ଅତିରିକ୍ତ PCCF ଅଛନ୍ତି । ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଚଢ଼ାଉ ହୋଇଛି । କେନ୍ଦ୍ରୀୟ ସଂସ୍ଥାର ସୂଚନା କ୍ରମେ ଭିଜିଲାନ୍ସ ଚଢ଼ାଉ କରିଛି । ଓଡ଼ିଶାର ୪ଟି, ମହାରାଷ୍ଟ୍ରର ୩ଟି ଓ ବିହାରର ୩ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।ବୁଧବାର ସକାଳୁ ଶ୍ରୀପାଠକଙ୍କ ଅଫିସ, ସରକାରୀ ବାସଭବନ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି ।ଚଢାଉ ବେଳେ ବିପୁଳ ପରିମାଣର ସମ୍ପତି ଠାବ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.