କାଶ୍ମୀରଘାଟିରେ ପ୍ରଶିକ୍ଷଣ ନେଉଛନ୍ତି

ସିଆଇଏସଏଫ୍ ଯବାନ

କଟକ,୨୪।୭(ଏସଏସନିଉଜ)ଭାରତୀୟ ସେନା ସହିତ ମିଶି ଯୁଦ୍ଧପାଇଁ ପ୍ରସ୍ତୁତ ନିମନ୍ତେ ଏକ ତାଲିମ ଆରମ୍ଭ କରିଛିସିଆଇଏସଏଫ୍।କାଶ୍ମୀର ଘାଟିରେପ୍ରଥମଥର ପାଇଁ ଉଚ୍ଚମାନର ଭାରତୀୟ ସେନା ସହିତ ମିଶିକାଶ୍ମୀର ଉପତ୍ୟକାରେ ସିଆଇଏସଏଫ୍ ଯବାନମାନେ ସ୍ୱତନ୍ତ୍ର ତାଲିମ ନେଉଛନ୍ତି।କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ (ସିଆଇଏସଏଫ୍) ଭାରତୀୟସେନା ସହିତ ମିଶି ତାଲିମ ଅଭ୍ୟାସ ଆରମ୍ଭ କରିଛନ୍ତି।ବଢୁଥିବା ସୁରକ୍ଷା ଚ୍ୟାଲେଞ୍ଜ ଓ ଏହାର କାର୍ଯ୍ୟକ୍ଷମ ପ୍ରସ୍ତୁତିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ସ୍ୱତନ୍ତ୍ର ଦୃଷ୍ଟିକୋଣ ପାଇଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ସିଆଇଏସଏଫ୍ ପାଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ସିଆଇଏସ ଏଫ୍ ଯବାନମାନଙ୍କ ପାଇଁ ଉଚ୍ଚ-ମୂଲ୍ୟ ଏବଂ ଉଚ୍ଚ-ବିପଦପୂର୍ଣ୍ଣ ପ୍ରତିଷ୍ଠାନ ଯେପରିକି ବିମାନବନ୍ଦର, ପରମାଣୁ ପ୍ରତିଷ୍ଠାନ, ସରକାରୀ କୋଠା ଏବଂ ସଂସଦରେ ଘଟୁଥିବା ସଙ୍କଟର ତୁରନ୍ତ କାର୍ଯ୍ୟନୁଷ୍ଠାନରେ ସହାୟକ ହୋଇପାରିବ।ଏହାସହ ଡ୍ରୋନ୍ ଅନୁପ୍ରବେଶ, ସମନ୍ୱିତ ଆତଙ୍କବାଦୀଆକ୍ରମଣ, ଆଭ୍ୟନ୍ତ ରୀଣ ଧମକ ଏବଂ ଅନ୍ତର୍ଘାତୀକାର୍ଯ୍ୟ ଭଳି ଜଟିଳ ପରିସ୍ଥିତିକୁ ସଠିକତା ଏବଂ ଶାନ୍ତ ଭାବରେ ପରିଚାଳନା କରିବାଉପରେ ଗୁରୁତ୍ୱ ଦିଆଯାଇଛି।ଏହାସହ ରାତି ଅପରେସନ୍, ଜଙ୍ଗଲ ଯୁଦ୍ଧ, ଯୁଦ୍ଧ ରଣନୀତି ଉପରେ ଯବାନମାନେ ଅଭ୍ୟାସ ନେଉଥିବାର ସିଆଇଏସଏଫ୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.