କଟକ ରୁ ୬୯ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ ଜବତ

0 178

କଟକ,୧୧/୬(ଏସଏସନିୟୁଜ) ସିଲ୍‌ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍ ମେଡିସିନ୍‌। କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ୧୭ ହଜାର ଫାଭିପିରାଭିର୍ ଟାବଲେଟ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ । କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍ ମେଡିସିନ୍ ବିକ୍ରି ହେଉଥିଲା।କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ଗୁରୁବାର ଦିନ ଚଢ଼ଉ କରି ମେଡିସିନ୍ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍ ମେଡିସିନ୍ ଜବତ କରି ଖାର୍ଦ୍ଧୋସ୍ଥିତ ଲାବଟାରୀକୁ ପରୀକ୍ଷା ପାଇଁ ପଠାଯାଇଛି।ତେବେ ଉତରପ୍ରଦେଶର ମାକ୍ସରିଲିଫହେଲ୍‌ଥକେୟାର ନାମକ ଏକ କମ୍ପାନୀରୁ ଏହି ମେଡିସିନ ଏହି ମେଡିସିନଷ୍ଟୋରକୁ ଆସିଥିଲା ।ଏଠାରୁ କଟକର ବିଭିର୍ଣ ମେଡିସନଷ୍ଟୋର ସହ କୋଭିଡ ହସ୍ପିଟାଲକୁ ପଠାଯାଉଥିବାନେଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ପାଖରେ ଖବର ପହଁଚିବାପରେ ସେମାନେ ଚଢାଉ କରିଥିଲେ ।

Leave A Reply

Your email address will not be published.