କଥା ଦେଇ କଥା ରଖିଲେ

0 771

ଖବର ଆଜିର,ତାରିଖ ୦୪-୧୧-୨୦ ବୁଧବାର ।
୧-ମୁମ୍ବାଇକୁ ସହଜରେ ୧୦ ଓ୍ଵିକେଟ୍‌ରେ ହରାଇ ପ୍ଲେଅଫ୍‌ରେ ପ୍ରବେଶ କଲା ହାଇଦ୍ରାବାଦ, କୋଲକାତାର ବିଦାୟ, ପ୍ଲେଅଫ୍ ଲାଇନ ଅପ୍ ଚୂଡାନ୍ତ ।
୨-ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା । ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ମନା ହୋଇଛି।ନିୟମ ନ ମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
୩-ଉପନିର୍ବାଚନ ପାଇଁ ମତଦାନ ଶେଷ : ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱରରେ ୭୧ ପ୍ରତିଶତ ଓ ତିର୍ତ୍ତୋଲରେ ୬୯.୯% ମତଦାନ ।
୪-ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳା ସହ ଶେଷ ହେଲା ଭୋଟ ଗ୍ରହଣ: ସିଇଓ ।
୫-ବିହାର ମହାମୁକାବିଲା: ସୁରୁଖୁରୁରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍, ମତାଧିକାର ସାବ୍ୟସ୍ତ କଲେ ୫୪.୧୫% ମତଦାତା ।
୬-ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳୀ ସଫରାଜ୍ ନୱାଜ ସାଂଘାତିକ ଅଭିଯୋଗ । ଦାବି କରିଛନ୍ତି କି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସହ ଅନେକ କ୍ରିକେଟରଙ୍କ ନାମରେ ଆଣିଲେ ଡ୍ରଗ୍ସ ସେବନର ଅଭିଯୋଗ ।
୭-ଏଲପିଜି ସିଲିଣ୍ଡର ବୁକିଂ ପାଇଁ ଲାଗୁ ହେଲା ନୂଆ ନିୟମ: ହୋମ ଡେଲିଭରୀ ପାଇଁ ଏବେ ଦେବାକୁ ପଡ଼ିବ ଓଟିପି ।
୮-ଅଧିକ ପ୍ରଭାବଶାଳୀ ହେବ ଅନ୍ତର୍ନାସା କୋଭିଡ୍ ଟିକା ।
୯-+୨ ବଳକା ସିଟ୍ ପାଇଁ ୫ରୁ ଆବେଦନ : ୨୩ରେ ମେଧା ତାଲିକା, ୨୪ରୁ ୨୭ ନାମଲେଖା ।
୧୦-କଥା ଦେଇ କଥା ରଖିଲେ: ସ୍କୁଲ ଯିବା ପାଇଁ ଗାଁର ଆଦିବାସୀ ଛାତ୍ରୀଙ୍କ ପାଇଁ ସାଇକେଲ୍ ପଠାଇଲେ ସୋନୁ ସୁଦ୍ ।
୧୧-ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ପାଇଁ ପ୍ରଚାର ବେଳେ ନୀତୀଶ କୁମାରଙ୍କ ଉପରକୁ ପଥର ମାଡ଼
୧୨-ସଂସଦରେ ୧୦୦ ଜଣ ସଦସ୍ୟ ବି ନାହାନ୍ତି, ଦଳ କିନ୍ତୁ ଜାତୀୟ ଦଳ ; କଂଗ୍ରେସକୁ ପରିହାସ କଲେ ପ୍ରଧାନମନ୍ତ୍ରୀ ମୋଦୀ ।
୧୩-ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ ଜାତୀୟ ମେଧାବୃତ୍ତି ପରୀକ୍ଷା ।
୧୪-ଦୁଇଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କଲା ମାଇକ୍ରୋମାକ୍ସ, ଦାମ ୬,୯୯୯ରୁ ଆରମ୍ଭ ।
୧୫-ଗୋଟିଏ ଦିନରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ୧.୨ ଲକ୍ଷ କୋଟିର କ୍ଷତି । ବିଶ୍ୱ ଧନୀ ତାଲିକାର ୬ ନମ୍ବର ସ୍ଥାନରୁ ଖସି ୯ ନମ୍ବରରେ ପହଂଚିଲେ ମୁକେଶ ଆମ୍ବାନୀ ।
୧୬-ପ୍ୟାରିସ୍‌ରେ ସଂକ୍ରାମକ ହୋଇଛି କରୋନା, ପ୍ରତି ମିନିଟ୍‌ରେ ଆକ୍ରାନ୍ତ ହେଉଛନ୍ତି ୨ ଜଣ: ସ୍ବାସ୍ଥ୍ୟମନ୍ତ୍ରୀ
୧୭-ଜାନୁଆରିରୁ ‘ବଚ୍ଚନ ପାଣ୍ଡେ’ର ସୁଟିଂ କରିବେ ଅକ୍ଷୟ, କ୍ରୀତି ।
୧୮-ଉତ୍ତରକୋରିଆରେ କରୋନାକୁ ‘ଘୋଷ୍ଟ ଡିଜିଜ୍’ କହୁଛନ୍ତି ଲୋକେ, ସଂକ୍ରମିତଙ୍କୁ ମରିବାକୁ ଛାଡି ଦେଇଛନ୍ତି ସରକାର ।
୧୯-୧୩ ବର୍ଷ ପରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆର ନୌସେନା ସହିତ ସମୁଦ୍ରକୁ ଓହ୍ଲାଇଲା ଭାରତ, ବଢିବ ଚୀନର ଚିନ୍ତା ।
୨୦-ମାଇକ୍ରୋବାୟୋଲୋଜି ସୋସାଇଟି ଦ୍ବାରା ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ମାଇକ୍ରୋବାୟୋଲୋଜି ବିଭାଗ ଦେଶର ଉତ୍କୃଷ୍ଟତମ ବିଭାଗ ଭାବେ ବିବେଚିତ ହୋଇଛି।

 

Leave A Reply

Your email address will not be published.