କାୟା ମେଲାଉଛି ମହାନଦୀ

0 245

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୩୧/୦୮/୨୦,ସୋମବାର
୧-ମହାନଦୀର ମହାରୂପ : କାୟା ମେଲାଉଛି, ମୁଣ୍ଡୁଳି ଦେଇ ଆସୁଛି ୧୦ ଲକ୍ଷ ଘନଫୁଟରୁ ଅଧିକ ଜଳ।
୨-ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଅନୁଧ୍ୟାନ ପରେ କରିବେ ସ୍ଥିତିର ସମୀକ୍ଷା।
୩-ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ନିଷ୍ପତ୍ତି ଆଜି: ସାମିଲ ହେବେ ୧୧ ବିଶ୍ୱବିଦ୍ୟାଳୟ କୁଳପତି, ୩୫ କଲେଜ ଅଧ୍ୟକ୍ଷ।
୪-ବଡମ୍ବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
୫-ବନ୍ୟାରେ ୨୦ ଜିଲା ପ୍ରଭାବିତ, ୧୭ ମୃତ: ଏସ୍‌ଆରସି।ରାଜ୍ୟରେ ହୋଇଥିବା ବନ୍ୟାରେ ଏଯାବତ୍ ୧୭ ଜଣଙ୍କ ଜୀବନ ଯାଇଛି। ପ୍ରାୟ ୧୦, ୨୮୨ ଘର ଭାଙ୍ଗିଛି। ୧, ୬୮, ୯୦୪ ଏକର ହେକ୍ଟର ଫସଲ ନଷ୍ଟ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।
୬-ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଲା; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୮୨ କୁ ବୃଦ୍ଧି।
୭-ବିଧାୟକଙ୍କୁ ନବୀନଙ୍କ ଉଦବୋଧନ:ଜେଇଇ-ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ କର, ବିପଦରେ ଲୋକଙ୍କ ସାଥୀରେ ରୁହ।
୮-ଜେଇ ପ୍ରବେସିକା ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱର ଓ ବ୍ରହ୍ମପୁର କୁ ଜିଲ୍ଲାପ୍ରଶାସନ ମାଗଣାରେ ବସ ସେବା ଯୋଗାଇଲେ ।
୯-ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାସ୍ନାନ, ଭୋର ୪ଟା ଶେଷ ହେଲା ସଂଧ୍ୟାଧୂପ।
୧୦-ବନ୍ୟା ପ୍ରପୀଡିତ ଲୋକଙ୍କୁ ସଚେତନ କରାଇବା ସହ ଉଦ୍ଧାର କାର‌୍ୟ୍ୟରେ ନିୟୋଜିତ ହେବେ ରାଜ୍ୟର ସମସ୍ତ ବିଜେପି କାର‌୍ୟ୍ୟକର୍ତା : ସମୀର ମହାନ୍ତି।
୧୧-ଜେଇଇ ନିଟ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା । ଭୁବନେଶ୍ୱରର ୬ଟି ପରୀକ୍ଷା କେନ୍ଦ୍ର ପାଇଁ ୮ଟି ସ୍ଥାନରେ ରହଣି ସୁବିଧା, ପ୍ରତିକେନ୍ଦ୍ରକୁ ଜଗିବେ ସ୍ୱତନ୍ତ୍ର କୋଭିଡ ନୀରିକ୍ଷକ, ଭିଡ ନିୟନ୍ତ୍ରଣ କରିବ ପୁଲି୍ସ ଫୋର୍ସ।
୧୨-ଫ୍ୟୁଚର ଗ୍ରୁପ୍‌ର ମୁଖ୍ୟ ବ୍ୟବସାୟକୁ ୨୪ ହଜାର ୭ ଶହ କୋଟି ଟଙ୍କାରେ କିଣିବ ରିଲାଏନ୍ସ ରିଟେଲ୍‌।
୧୩-ଆପଣଙ୍କ ନାଁରେ ଫେକ୍ ଆଇଡି କରି ଟଙ୍କା ଲୁଟୁଛନ୍ତି ଅନଲାଇନ୍ ଲୁଟେରା । ଓଡ଼ିଶାରେ ମାତିଛନ୍ତି ସାଇବର ଠକ, ଟିକିଏ ଅସାବଧାନତା କଲେ, ଆପଣ ବି ହୋଇପାରନ୍ତି ଠକାମିର ଶିକାର ।
୧୪-ଅନ୍‌ଲାଇନ୍ ଚେସ୍ ଅଲିମ୍ପିଆଡ୍‌: ଭାରତ-ରୁଷ ଯୁଗ୍ମ ବିଜେତା।
୧୫ଚୀନକୁ ସମୁଦ୍ରରେ ଟକ୍କର ଦେବାକୁ ଭାରତର ପ୍ରସ୍ତୁତି, ୫୫,୦୦୦ କୋଟି ଟଙ୍କାରେ ୬ ବୁଡାଜାହାଜ କିଣିବା ପାଇଁ ଆରମ୍ଭ ହେବ ବିଡିଂ।

Leave A Reply

Your email address will not be published.