ଦୟାନଦୀରେ ସୃଷ୍ଟି ହେଲା ଅଶିଫୁଟର ଘାଇ

0 260

ଜଟଣୀ ,୩୦/୮(ଏସଏସନିୟୁଜ) ସାରା ରାଜ୍ୟରେ ବନ୍ୟାର ବିଭୀଷିକା ଜାରି ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତିରିମଲ ପଞ୍ଚାୟତ ଓ ବେଣା ପଞ୍ଜୁରୀ ପଞ୍ଚାୟତ ରେ ତାହାର ପ୍ରଭାବ ଦେଖିବାକୁ ମିଳିଛି ।ରବିବାରଦିନ ତିରିମଲ ଦେଇ ଯାଇଥିବା ଦୟାନଦୀ ରେ ଏକ ଅଶି ପୁଟର ଘାଇ ସୃଷ୍ଟି ହୋଇ ତିରୀମଲ ଓ ଏହାର ଆଖପାଖ ଅଞ୍ଚଳର ବହୁ ଗ୍ରାମ ବାହ୍ୟଜଗତରୁ ବିଛିର୍ଣ ହୋଇଯାଇଛି।

ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ଜଟଣୀ ବ୍ଲକ ବିଡିଓ, ଜଟଣୀ ବ୍ଲକ ଅଧକ୍ଷ୍ୟ, ବିଜୁ ଯୁବବାହିନୀ ,ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ,ଯୁବନେତା ବିଶ୍ବରଂଜନ ବଡ଼ଜେନା ପ୍ରମୁଖ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହିତ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଥିଲେ। ବ୍ଲକପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଗୋଟିଏ ଡ଼ାକ୍ତରୀ ଟିମ୍ ଘଟଣା ସ୍ଥଳରେ ନିଯୋଜିତ ହୋଇଥିବାର ଜଣାପଡିଛି ।(ଜଟଣୀରୁ ମାନସକୁମାର ପ୍ରଧାନଙ୍କ ରିପୋର୍ଟ)

Leave A Reply

Your email address will not be published.