ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଲଞ୍ଚ ନେବା ମାହଙ୍ଗା ପଡିଲା

0 354

ମାଲକାନଗିରି,୩୦/୮(ଏସ ଏସ ନିୟୁଜ) ମାଲକାନଗିରିରେ ପୋଲିସ ଖାକିରେ ଲାଗିଲା ଦାଗ,ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ ମାହଙ୍ଗା ପଡିଲା ।ଫଳରେ ଏସପି ଏହି ଘଟଣାରେ ଜଣେ ଏସ୍‌ଆଇ ଙ୍କୁ ନିଲମ୍ବିତ କରିଥିବା ବେଳେ ଅନ୍ୟ ଜଣେ ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ କରାଯାଇ ୨ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି ।
ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଞ୍ଚଳରେ। ୪ ଦିନ ପୂର୍ବ ରାତିରେ ଖାଇପୁଟ ଅଞ୍ଚଳରେଗାଡି ଚେକିଂ ବେଳେ ଏକ ଗଞ୍ଜେଇ ଗାଡିକୁ ରୋକିଥିଲେ । ଏହି ଚେକିଂରେ ଥିବା ମୁଦୁଲିପଡା ଥାନା ଏସ୍‌ଆଇ ହରିଶ୍ଚନ୍ଦ୍ର ଗୋଲାରୀ ଓ ଏଏସ୍‌ଆଇ ନାରାୟଣ ମାଝି, ୨ ହୋମ୍‌ଗାର୍ଡ ଗଞ୍ଜେଇ ବ୍ୟବସାୟୀଙ୍କ ଗାଡ଼ିକୁ ଅଟକାଇ ତାଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ମାଲକାନଗିରି ଏସପି ଶନିବାର ଏସ୍‌ଆଇ ହରିଶ୍ଚନ୍ଦ୍ରଗୋଲାରୀଙ୍କୁ ନିଲମ୍ବନ କରିଛନ୍ତି ଓ ଏହାସହ ଏଏସ୍‌ଆଇ ନାରାୟଣମାଝି,, ୨ ହୋମ୍‌ଗାର୍ଡ ସୀତାକାନ୍ତ ପଟ୍ଟନାୟକ, ସୁଶାନ୍ତ ବେହେରାଙ୍କ ନାମରେ ମାମଲା ରୁଜୁ କରାଯାଇଛି ।(ମାଲକାନଗିରିରୂ ବାଦଲ କୁମାର ପ୍ରଧାନଙ୍କ ରିପୋର୍ଟ )

Leave A Reply

Your email address will not be published.