ମୁଣ୍ଡଳିରେ ପହଞ୍ଚିଲା ବନ୍ୟାଜଳ

0 329

ବାରଙ୍ଗ,୩୦/୮(ଏସ ଏସ ନିୟୁଜ ) ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ ମୁଣ୍ଡୁଳିରେ ଆସି ପହଞ୍ଚିଛି ।ଛତିଶଗଡ​‌ରେ ବର୍ଷା କମିଥିବାରୁ ବିପଦ କମିପାରେ ବୋଲି ଜଳ ସମ୍ପଦ ବିଭାଗ ଆଶଙ୍କା କରିଥିବାବେଳେ ମୁଣ୍ଡୁଳିରେ ମହାନଦୀରେ ୧ ଲକ୍ଷ କ୍ୟୁସେକ୍ ଜଳ ବୃଦ୍ଧି ପାଈ ବର୍ତ୍ତମାନ ୯ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।ନରାଜ ଦେଇ ୪ ଲକ୍ଷ ୮୬ ହଜାର ୪୭୧ କ୍ୟୁସେକ୍ ଜଳ କାଠଯୋଡ଼ିକୁ ପ୍ରବେଶ କରୁଛି । ନାରାଜରେ ପ୍ରବେଶ କରୁଛି ୨୬ ମିଟର, ନିଷ୍କାସିତ ହେଉଛି ୨୪.୨୫ ମିଟର ଉଚ୍ଚର ବନ୍ୟା ଜଳ । କଟକ ଯୋବ୍ରାରେ ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ପାଖାପାଖି ରହିଛି । ଯୋବ୍ରାରେ ବିପଦ ସଂକେତ ୨୧.୯୪ ମିଟର ରହିଥିବା ବେଳେ ଜଳସ୍ତର ୨୧.୯୦ ମିଟର ରହିଛି ।  ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୭.୮୫ ଫୁଟ ରହିଛି । ୪୬ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରା ଯାଉଛି। ଏହାର ପ୍ରଭାବରେ ମହାନଦୀ ଉପକୂଳ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି ।

Leave A Reply

Your email address will not be published.