କେବେ ଭାଙ୍ଗିବ ବଡବାବୁମାନଙ୍କ ନୀଦ?

0 258

ବାରଙ୍ଗ,୧୯/୬(ଏସଏସନିୟୁଜ) ବାରଙ୍ଗ ଅଂଚଳରୁ ବେଆଇନ ଭାବେ ବାଲି,ମାଟି,ମୋହରମ ଆଦି ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ହେଉଥିବାର ଅଭିଯୋଗମାନ ହେଇଆସୁଛି । ଏହି ବ୍ୟବସାୟୀମାନେ ଦିନରାତି କିଛି ମାନୁନାହାନ୍ତି । କିଛିମୁଷ୍ଠିମେୟ ଲୋକ ସଙ୍ଗବଦ୍ଧ ହୋଇ ନିବିଘ୍ନରେ ଚୋରା କାରବାର ମାନ ଚଳାଇଛନ୍ତି । ସବୁଠାରୁ ବଡକଥାହେଲା ବେଆଇନଭାବେ ବଡବାବୁମାନଙ୍କ କାର୍ଯ୍ୟାଳୟଦେଇ ଆସୁଥିଲେ ମଧ୍ୟ ବାବୁମାନେ ଦେଖିନଦେଖିଲାପରି ରହୁଛନ୍ତି ।ଏହାର ଜ୍ୱଳନ୍ତ ଉଦାହରଣ ଶନିବାରଦିନ ମଧ୍ୟାନ୍ନରେ ବାରଙ୍ଗଥାନା ସମ୍ମୁଖରେ ଦେଖିବାକୁ ମିଳିଛି ।ପୋଲିସ ଦୁଇଟି ମୋରମବୋଝେଇ ହାଇୱାକୁ ଜବତକରି ତହସିଲକୁ ଦେଇଥିବାବେଳେ ନାମକୁ ମାତ୍ର ଫାଇନ ଆଦାୟ କରି ଚୁପ୍ ବସି ପଡିଛନ୍ତି।
ବାରଙ୍ଗପୋଲିସ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ ଚାଲିଥିବାବେଳେ ଓଡି୦୫ଏସ୦୭୧୬ ଓ ଓଡି୦୨ଏବି୧୨୬୬ନଂ ହାଇୱାଦୁଇଟି ଦ୍ରୁତଗତିରେ ଆସୁଥିଲା ।ପୋଲିସ ରୋକିବାପରେ ମୋରମ ଥିବାର ଜାଣିବାକୁ ପାଇଥିଲେ । ଆବଶ୍ୟକୀୟ କାଗଜପତ୍ର ନଦେଖାଇପାରିବାରୁ ପୋଲିସ ଗାଡିଦୁଇଟିକୁ ଜବତ କରି ବାରଙ୍ଗତହସିଲଦାରଙ୍କୁ ହସ୍ତାନ୍ତର କରିଥିଲେ ।ତହସିଲ ପକ୍ଷରୁ ଗାଡିଦୁଇଟିକୁ ନାମକୁ ମାତ୍ର ୩୦ହଜାରେଟଙ୍କାର ଫାଇନ କାଟି ପରେ ଛାଡିଦିଆଯାଇଥିଲା । ଗତକିଛିଦିନ ତଳେ ବାବୁଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଅଳ୍ପଦୁରରେ କିଛି ମାଫିଆ ଏକ ଜଳାଶୟକୁ ମୋରମ ଯୋଗେ ରାତାରାତି ପୋତି ଦେଲେ।ଅଥଚ ପ୍ରଶାସନ ପାଖରେ ଏହାର କୌଣସି ଖବର ନଥିବା ତହସିଲ ପକ୍ଷରୁ ସୂଚନା ମିଳିଥିଲା।
ଏଠାରେ ପ୍ରଶ୍ନଉଠୁଛି ଯେ, ଗାଡିଦୁଇଟି ଗୋଡିସାହି ପଟରୁ ବାରଙ୍ଗ ରାଜସ୍ୱକାର୍ଯ୍ୟାଳୟଦେଇ ଦିନଦ୍ୱିହିପହରରେ ବାରଙ୍ଗ ଆସୁଥିବାବେଳେ ବଡବାବୁମାନେ କିପରି ଜାଣିପାରିଲେନାହିଁ । ନା ଜାଣି ନୀରବ ବସୁଛନ୍ତି ।ଚୋରା ବାଲିଉଠାଣ,ସରକାରୀ ଜାଗାରେ ବାଲି ଡିପ କରିବା,ଚୋରାରେ ମୋରମ ଉଠାଇବା ଆଦି ବିବାଦର ପ୍ରଶ୍ନବାଚୀରେ ଛନ୍ଦିହୋଇପଡିଥିବା ବଡବାବୁମାନଙ୍କ ନୀଦ କେବେ ଭଙ୍ଗିବ ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ନିଜେ ଧରୁନାହାନ୍ତି ,କିନ୍ତୁ ପୋଲିସ ଧରାଇଲେ ଫାଇନ ସର୍ବାଧିକ ୧୫ହଜାରେ ।ଚୋରାବ୍ୟବସାୟୀମାନଙ୍କ ପ୍ରତି କଠୋର ହେବାପରିବର୍ତେ ଏହିଭଳି ଆଭିମୁଖ୍ୟ ଯଦି ବଡବାବୁମାନଙ୍କର ରହିବ ବାରଙ୍ଗ ଅଂଚଳରେ ଏହିଭଳି ବ୍ୟବସାୟ କମିବା ପରବର୍ତେ ବଢିବଢି ଚାଲିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛିା ବାରଙ୍ଗ ଅଞ୍ଚଳରେ ବେଆଇନ ଭାବରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧି ହେଉଥିବା ବେଳେ ତହସିଲ କାର୍ଯ୍ୟାଳୟପକ୍ଷରୁ କାହିଁକି ଦୃଷ୍ଟାନ୍ତମୁଳକଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।

Leave A Reply

Your email address will not be published.