କେବେ ଚାଲିବ ରୋପଓ୍ବେ?

ତଦାରଖରେ ଚାଲିଛି କାର୍ଯ୍ୟ

0 91

ବାରଙ୍ଗ,୧୨।୧୦(ଏସଏସ ନିଉଜ) ନନ୍ଦନକାନନରେ ରୋପଓ୍ବେକାର୍ଯ୍ୟ  ସରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଚଳନ ହେବାର ନାଁ ମଧ୍ୟ ଉଠୁନାହିଁ। କିନ୍ତୁ ରୋପଓ୍ବେ କାର‌୍ୟ୍ୟକ୍ଷମ ପୂର୍ବରୁ ଏହାର ଭିସିବି ୟୁନିଟ ପରୀକ୍ଷା ବେଳେ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟି ୩ଜଣ କର୍ମଚାରୀ ଗୁରୁତର ଆହତ ହେବାପରେ ଏହା କାର‌୍ୟ୍ୟକ୍ଷମ ହେବ ଉପରେ ଏକପ୍ରକାର ଅଙ୍କୁଶ ଲାଗିଥିଲା।।ଏହି ଘଟଣାର ତ୍ରୃଟିକୁ ନେଇ ବିଦ୍ୟୁତ୍ ବିଭାଗ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ରୋପଓ୍ବେକୁ କାର‌୍ୟ୍ୟକ୍ଷମ ପାଇଁ ଅନୁମତି ମିଳିନଥିଲା।ସ୍ଥାନୀୟ ଜିଲ୍ଲାପାଳ ଅନୁମତିରେ ଅଟକି ଥିଲା ବୋଲି ରୋପଓ୍ବେର ଜଣେ ଅଧିକାରୀ କହିଛନ୍ତି।ଏ ନେଇ ରୋପଓ୍ବେ କର୍ତ୍ତୁପକ୍ଷ ନନ୍ଦନକାନନକୁ ବାରମ୍ବାର ପାଇଁ ଜଣାଇବା ପରେ ନନ୍ଦନକାନନ ପକ୍ଷରୁ ରୋପଓ୍ବେ କାର୍ଯ୍ୟକ୍ଷମ ପାଇଁ ତଦନ୍ତ ଦାୟିତ୍ବ ଭୁବନେଶ୍ବର ଆରଆଣ୍ଡବି ବିଭାଗକୁ ଦାୟିତ୍ବ ଦେଇଥିଲେ।ଏନେଇ ଗତ ସୋମବାର ଦିନ ଆରଣ୍ଡ ବି ବିଭାଗର ଅବସରପ୍ରାପ୍ତ ଇଞିନିୟର ଏନସି ପାଲଙ୍କ ନେତୃତ୍ବରେ ଏକ ଟିମ ରୋପଓ୍ବେ ପରିଦର୍ଶନରେ ଆସିଥିଲେ।ଏହି କାର୍ଯ୍ୟର ତଦାରଖ କାମ ତାଙ୍କ ବିଭାଗର ନୁହେଁ ବୋଲି କହିଥିଲେ।ଏହାପରେ ନନ୍ଦନକାନନ କର୍ତ୍ତୁପକ୍ଷ ରୋପଓ୍ବେ ନିର୍ମାଣ କାର‌୍ୟ୍ୟର ଡ୍ରଇଁ ଡିଜାଇନ ଅନୁଯାୟୀ  କାର୍ଯ୍ୟହୋଇଛି କି ନାହିଁ ତାହାର ତଦନ୍ତ ଦାୟିତ୍ବ ବୈଷୟିକ କମିଟିର ସିଭିଲ ଇଞିନିୟର ବିଭାଗକୁ ଦାୟିତ୍ବ ଦେଇଥିଲେ। ଗୁରୁବାର ଏହି କମିଟିର ଏଜ୍ୟୁକିଟିଭ ଇଞିନିୟର ଜ୍ଞାନପ୍ରକାଶ ନାୟକଙ୍କ ନେତୃତ୍ବରେ ଏକ ଦଳ ନନ୍ଦନକାନନ ରୋପଓ୍ବେ ସ୍ଥଳରେ ପହଞ୍ଚି ତଦନ୍ତ କାର‌୍ୟ୍ୟ ଆରମ୍ଭ କରିଛନ୍ତି।ପ୍ରଥମେ ଏହି ଟିମ ନିର୍ମାଣ ହୋଇଥିବା ରୋପଓ୍ବେର ଟାଓ୍ବାରର ଖୁଣ୍ଟରୁ ରଙ୍ଗ ଓ ସିମେଣ୍ଟ ଛଡାଇ ଆନୁସଙ୍ଗିକ ଯତ୍ରପାତି ଦ୍ବାରା ଟିକିନିକି ପରୀକ୍ଷା କରିବା ସହ ଯାଞ୍ଚ କରିଥିଲେ।ପରେ ଟାଓ୍ବାରର ଖୁଣ୍ଟର ବେସ ସହ ମାନ ଓ ଦୂରତା ସହ ଅନ୍ୟାନ୍ୟ କାର‌୍ୟ୍ୟର ଯାଞ୍ଚ କରି ଫେରି ଥିବାର ଜଣାପଡିଛି।ତେବେ କେବେ କାର୍ଯ୍ୟକ୍ଷମ ହେବ ରୋପଓ୍ବେ ତାହା ଏବେ ପ୍ରଶ୍ନବାଚିରେ ଝୁଲିକି ରହିଥିବାର ଜଣାପଡିଛି।

 

Leave A Reply

Your email address will not be published.