କେନ୍ଦ୍ର ମନ୍ତ୍ରୀ ହୋଇ ବି ମୋ ଫୋନ ଉଠାଉନାହାଁନ୍ତି

ଖବର ଆଜିର,ତାରିଖ ୧୦-୦୫-୨୦୨୧/ ସୋମବାର

0 310

୧-ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା ।
୨-ଅଧା ରହିଗଲା ଦ୍ୱିତୀୟ କୋଣାର୍କ ନିର୍ମାଣ : ଆରପାରିରେ ସାଂସଦ ରଘୁନାଥ ମହାପାତ୍ର ।
୩-ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ସାଂସଦ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
୪-କେନ୍ଦ୍ର ମନ୍ତ୍ରୀ ହୋଇ ବି ମୋ ଫୋନ ଉଠାଉନାହାଁନ୍ତି ସ୍ୱାସ୍ଥ୍ୟ ଅଧିକାରୀ, ଯୋଗୀଙ୍କୁ ଚିଠି ଲେଖି କ୍ଷୋଭ ଜଣାଇଲେ ସନ୍ତୋଷ ଗଙ୍ଗୱାର ।
୫-ମୋଦି ସରକାରଙ୍କୁ ମମତାଙ୍କ ଚିଠି । ଅମ୍ଲଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ କରିବାକୁ କଲେ ଅନୁରୋଧ ।
୬-ମୃତ୍ୟୁକୁ ଆଗୁଆ ଦେଖିଥିଲେ ଅଭିନେତା ରାହୁଲ ଭୋରା ! ଜୀବନ ଯିବା ଆଗରୁ ଫେସବୁକରେ କହିଥିଲେ, ‘ମୋତେ ଭଲ ଚିକିତ୍ସା ମିଳିଥିଲେ ମୁଁ ବଞ୍ଚି ଯାଇଥାନ୍ତି’ ।
୭-ଏବେ ନିର୍ବାଚନରେ EVM ବ୍ୟବହାର କରିବ ପାକିସ୍ତାନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମତି ।
୮-ମେଡିକାଲ ଜର୍ଣ୍ଣାଲ ଲାନସେଣ୍ଟରେ ବଡ଼ ଖୁଲାସା, ଅଗଷ୍ଟ ସୁଦ୍ଧା ଭାରତରେ କରୋନା ସ୍ଥିତି ହେବ ଭୟଙ୍କର ।
୯-ବରଗଡ଼ରେ କୋଭିଡ୍ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା: ଅତିଶୀଘ୍ର ଖୋଲିବ ଆର୍ଟିପିସିଆର ଟେଷ୍ଟ ପରୀକ୍ଷାଗାର ।
୧୦-ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା
୧୧-୪ ମହାନଗର ନିଗମ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ୧୮-୪୪ବର୍ଷର ଲୋକଙ୍କୁ ଟିକା କାରଣ ମଙ୍ଗଳବାରଠୁ ଆରମ୍ଭ ହେବ ।
୧୨-କୋଭିଡରେ ପ୍ରଭାବିତ ହେଉଛି କ୍ୟାନସର ଚିକିତ୍ସା, ୩୦% ରୋଗୀ ଆସିପାରୁ ନାହାନ୍ତି ଏମ୍‌ସ ।
୧୩-ମାର୍ଚ୍ଚ ସୁଦ୍ଧା ୩୬ କୋଟି ଭାରତୀୟଙ୍କୁ ଦିଆଯିବ ସ୍ପୁଟନିକ-୫ ଟିକା
୧୪-୪ଦିନ କାଳବୈଶାଖୀ, ୧୨ ଜିଲାକୁ ସତର୍କ ସୂଚନା ।
୧୫-ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦାବି , ବନ୍ଦ କକ୍ଷରେ ସିଗାରେଟ୍ ଧୂଆଁ ଭଳି ବ୍ୟାପୁଛି କରୋନା ।
୧୬-DRDO ର ଆଣ୍ଟି-କୋଭିଡ୍ ଔଷଧ କରୋନା ରୋଗୀମାନଙ୍କୁ ଶୀଘ୍ର ସୁସ୍ଥ କରୁଛି : ଡକ୍ଟର ସୁଧୀର ଚାନ୍ଦନା ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.