କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସମ୍ଭାବନା

0 214

ଭୁବନେଶ୍ୱର,୨୧/୬(ଏସ ଏସ ନିୟୁଜ)ଖୁବ ଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସମ୍ଭାବନା ଥିବାର ଜଣାପଡିଛି।
୭ ନୂଆ ଚେହେରା ମଧ୍ୟ ସାମିଲ ହେବାର ଆଲୋଚନା ହେଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ ଶାହା, ରାଜନାଥ ସିଂହଙ୍କ ଭଳି ପ୍ରମୁଖ ନେତାଙ୍କ ସହ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଘନ ଘନ ଆଲୋଚନ କରିଛନ୍ତି । ଆଗାମୀ ବର୍ଷ ହେବାକୁ ଥିବା ୭ଟି ରାଜ୍ୟରେ ନିର୍ବାଚନକୁ ଦେଖି ମନ୍ତ୍ରିମଣ୍ଡ ସଂପ୍ରସାରଣ ହେବ ବୋଲି କୁହାଯାଉଛି। ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବା ସମ୍ଭାବନା ରହିଛି।ଗତ କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ପାଂଚ ଥର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିସାରିଲେଣି। ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ହୋଇଥିବା ବୈଠକରେ କଣ ଆଲୋଚନା ହେଲା, ଜଣାପଡିନାହିଁ। କିନ୍ତୁ ଆଲୋଚନାର ଫୋକସ୍ ରେ ଆଗାମୀ ନିର୍ବାଚନ, ସାଂପ୍ରତିକ ସ୍ଥିତି ଏବଂ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି। ଏଥର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ୬ ରୁ ୭ ନୂଆ ଚେହେରାଙ୍କୁ ସାମିଲ କରାଯିବ ବୋଲି କୁହାଯାଉଛି।

Leave A Reply

Your email address will not be published.