କେନ୍ଦୁପାଟଣା ବିଦ୍ୟାଳୟରେ ସହଯୋଗ–୨ତାଲିମ ଶିବିର

0 212

ବାରଙ୍ଗ,୮/୪(ଏସଏସନିଉଜ) ସର୍ବଶିକ୍ଷା ଅଭିଯାନ ତରଫରୁ ଭୁବନେଶ୍ବର ବ୍ଲକର ସମସ୍ତ ପ୍ରାଥମିକ,ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସମୂହ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ତିନି ଦିନିଆ ଏକ “ସହଯୋଗ–୨” ପ୍ରଶିକ୍ଷଣ ଶିବିର ବୁଧବାରଠାରୁ ଆରମ୍ଭ ହୋଇଛି।ଏହି ପରିପେକ୍ଷୀରେ ଦାଢାପଞ୍ଚାୟତ ଅନ୍ତର୍ଗତ ପଦାସାହି କ୍ଲଷ୍ଟର ଅଧିନ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ବିଦ୍ୟାଳୟ ସ୍ତରୀୟ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ବୁଧବାର ଠାରୁ ପୂର୍ବାହ୍ନ ୧୦ଟାରୁ ୪ଟା ପର‌୍ୟ୍ୟନ୍ତ ୩ଦିନିଆ ଏକ “ସହଯୋଗ—୨” ,୨୦୨୧-୨୨ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଅଛି।ଆୟୋଜିତ ଶିବିରକୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି ଉଦଘାଟନ କରିଥିଲେ।ଶିବିରରେ ପଦାସାହି କ୍ଲଷ୍ଟର ସିଆରସିସି ଟୁକୁନା ବେହେରାଙ୍କ ଆହ୍ବାନ କ୍ରମେ ବିଦ୍ୟାଳୟ ପରିଚାଳନା କମିଟିର ୧୫ଜଣ ସଭ୍ୟସଭ୍ୟା ଅଂଶ ଗ୍ରହଣ କରିଥିଲେ।ଆରପି ପ୍ରଭାସିନୀ ସାହୁ,ସୁରେନ୍ଦ୍ର ରେଡି ବିଦ୍ୟାଳୟ ପରିଚାଳନା କମିଟି ଗଠନ ଓ କାର‌୍ୟ୍ୟ,ପିତାମାତା(ପିଟିଏ) ଗଠନ, କାର‌୍ୟ୍ୟ ଓ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଦେଇଥିଲେ।ବିଦ୍ୟାଳୟ ଶିକ୍ଷକ ସୋମନାଥ ସିଂ,ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଜଗନ୍ନାଥ ଭଞ ପ୍ରମୁଖ ପରିଚାଳନା କରିଥିଲେ। (ଗୈାତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.