ପ୍ରଶିକ୍ଷଣ ବେଳେ ହାତୀ ଆକ୍ରମଣ

0 296

ବାରଙ୍ଗ,୮/୪(ଏସଏସନିଉଜ)ଚନ୍ଦକାଡମପଡା ଅଭୟାରଣ୍ୟରେ ଶୁକ୍ରବାରଦିନ ଏସଓଜି ଯବାନଙ୍କ କମ୍ଭିଂ ଅପରେସନ ପ୍ରଶିକ୍ଷଣ ଚାଲିଥିଲା । ପିଠାଗାଡ଼ିଆ ଅଞ୍ଚଳରେ କରାଯାଇଥିବା କ୍ୟାମ୍ପ ରେ ୮୮ଜଣ ଯବାନ ରହିଥିଲେ ।ଏହି ଯବାନମାନଙ୍କୁ କମ୍ଭିଂ ଅପରେସନ ପ୍ରଶିକ୍ଷଣ ଦିଆଯାଉଥିଲା ।ଯବାନମାନେ ପ୍ରଶିକ୍ଷଣ ନେଉଥିବାବେଳେ ହଠାତ ଏକ ଜଙ୍ଗଲିହାତୀ ଜଣେ ଯବାନଙ୍କ ସାମ୍ନାକୁ ପଳାଇ ଆସିଥିଲା ।ଫଳରେ ହାତୀ ଆକ୍ରମଣରେ ଏହି ଯବାନଙ୍କ ହାତ ଓ ପାଦରେ କ୍ଷତ ସୃଷ୍ଟି ହୋଇଥିଲା ।ଏହି ଘଟଣାକୁ କିଛିଦୁରରେ ଥିବା ଅନ୍ୟ ଜଣେ ଯବାନ ଦେଖିବାପରେ ଅନ୍ୟମାନଙ୍କୁ ଖବର ଦେଇଥିଲା ।ପରେ ଯବାନମାନେ ହାତୀକୁ ଘଉଡାଇବାପରେ ହାତୀଟି ଜଙ୍ଗଲମଧ୍ୟକୁ ପଳାଇଯିବାପରେ ଗୁରୁତର ଆହତ ହୋଇଥିବା ଯବାନଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ଏମ୍ସ ଡାକ୍ତରଖାନାକୁ ପଠାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.