ଖବର ଆଜିର

,ତାରିଖ ୧୦/୦୬/୨୧, ଗୁରୁବାର

0 1,182

୧-୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନବରଙ୍ଗପୁରରେ RTPCR ପରୀକ୍ଷା ଗାର ଉଦ୍ଘାଟିତ।ରଜ ଓ ସାବିତ୍ରୀରେ ସତର୍କ ରହିବାକୁ ନିବେଦନ।
୨-କ୍ୟାବିନେଟ ନିଷ୍ପତ୍ତି, ୪ ଲେନ୍ ବିଶିଷ୍ଟ ହେବ ନୂଆପଡ଼ା-କଳାହାଣ୍ଡି ରାସ୍ତା ଓ କଟକ ପଟ୍ଟାପୋଲରୁ ମାତୃ ଭବନ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରାଯିବ।
୩-ଆଜିଠାରୁ ୧୪ ଯାଏ ପ୍ରବଳ ବର୍ଷାର ସମ୍ଭାବନା, ସତର୍କ ରହିବାକୁ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC।ଭୁସ୍ଖଳନ ସହ ବନ୍ୟା ଆଶଙ୍କା।
୪-୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର, ଅନ୍ ଲାଇନ୍ ରେ ହେବ ବିଲ୍ଡିଂ ପ୍ଲାନ୍ ଅନୁମୋଦନ,OAS କ୍ଯାଡର ହେବ ସଂଶୋଧନ,୨୨୦ ନୂଆ ପଦବୀ ସହିତ।
୫-IPS ସ୍ତରରେ ଅଦଳବଦଳ: ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଓ ନରସିଂହ ଭୋଳଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଭାବେ ଦାୟିତ୍ୱ, ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜି ଓ ଦୀପକ କୁମାରକୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ।
୬-ଅଧା ଓଡ଼ିଆ ଅନ୍ ଲକ୍ ମୁହାଁ,୯ ଜିଲ୍ଲା ଗ୍ରୀନ ଜୋନରେ, ସଂକ୍ରମଣ ହାର ୫%ତଳେ।
୭-ଭିତରକନିକାରେ ପୃଥିବୀର ସବୁଠୁ ବଡ଼ ବଉଳା କୁମ୍ଭୀର ଅଛି,ଯାହାର ଲମ୍ବ ପ୍ରାୟ ୨୧ ଫୁଟ୍।
୮-ସୁବର୍ଣ୍ଣପୁର NHM ଆକାଉଣ୍ଟ୍ ରୁ ୫କୋଟି ହଡ଼ପ ଘଟଣା: ପୂର୍ବତନ ଆକାଉଣ୍ଟାଣ୍ଟ ସହ ୨ ଗିରଫ।
୯-ପ୍ରାଥମିକତା ଭିତ୍ତିରେ ଔଷଧ ଦୋକାନୀ ଓ କର୍ମଚାରୀଙ୍କୁ ଟିକାକରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।
୧୦-କୋଭିଡ ପରିଚାଳନା ପାଇଁ BMCକୁ ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।
୧୧-୪ ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି,ସାମସ୍ ପୋର୍ଟାଲରେ ହେବ +୩ ନାମ ଲେଖା।
୧୨-ଅନ୍ ଲାଇନ୍ ପାଠପଢ଼ା ଆରମ୍ଭ କରିବାକୁ ଓସେପାର ନିର୍ଦ୍ଦେଶ,୨୧ରୁ ୟୁ ଟ୍ୟୁବ୍ ରେ ଲାଇଭ୍ ଭର୍ଚୁଆଲ କ୍ଲାସ୍।
୧୩-ECMO ଚିକିତ୍ସା ପାଇଁ ଏୟାରଲିଫ୍ଟିଂ ହେଲେ ଅଭିଷେକ: ସାହାଯ୍ୟ କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ।
୧୪-ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ ବୃଦ୍ଧି ସହ କ୍ୱିଣ୍ଟାଲ ପିଛା ରାଶି ୪୫୦ ଏବଂ ବିରି ଓ ହରଡ଼ ୩୦୦ ଟଙ୍କା ବୃଦ୍ଧି।
? ସୁପ୍ରଭାତ, ଗୁଡ଼ ମର୍ଣିଂ ,ଆଜି ସାବିତ୍ରୀ ଅମାବାସ୍ୟା,କଂକଣାକୃତି ସୂର୍ଯ୍ୟ ପରାଗ ?

Leave A Reply

Your email address will not be published.