ଖାଦ୍ୟାଭାବରୁ ଚାଲିଗଲା କୁଟୁରାର ଜୀବନ

ବାରଙ୍ଗ,୨୪/୩(ଏସ ଏସ ନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୬ନମ୍ବର (ଖ)ଖୁଆଡରେ ରହୁଥିବା ୬ବର୍ଷର ଅଣ୍ଡିରା କୁଟୁରା ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଅପରାହ୍ନରେ ମୃତ୍ୟୁ ହୋଇଛି।ଆଜି ସକାଳ ସମୟରେ ଖୁଆଡରେ ଖାଦ୍ୟାଭାବ ଯୋଗୁଁ ଅନ୍ୟ କୁଟୁରାଙ୍କ ସହ ମାଡଗୋଳ ହୋଇ ତାର ଦେହରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହେବାରୁ ଅଚେତ୍ ହୋଇ ତଳେ ପଡିଯାଇଥିଲା।ଖବର ପାଇ ବନ୍ୟପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା କରୁଥିବା ବେଳେ ତାର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜନ୍ତୁ ବନାଞ୍ଚଳ (ରେଞର) ଅଧିକାରୀଙ୍କ  ଅଧିକାଂଶ ସମୟ ମରାମତି କାର୍ଯ୍ୟରେ ସମୟ ଦେବା ସହ ପରିଚାଳନା ଗତତ୍ରୃଟି ଓ ରକ୍ଷଣା ବେକ୍ଷଣ ସାଙ୍ଗକୁ ଅଭାବରୁ ପାଟି ଫିଟୁ ନ ଥିବା ନିରୀହ ପଶୁପକ୍ଷୀ ଙ୍କର ଅକାଳ ମୃତ୍ୟୁ ଘଟଣାକୁ ନେଇ ଜୀବଜନ୍ତୁ ପ୍ରେମୀଙ୍କୁ ବ୍ୟଥିତ କରିଛି।ଏହିଭଳି ଘଟଣା ବାରମ୍ବାର ଘଟି ଚାଲିଛି,ହେଲେ ନନ୍ଦନକାନନ ମୁଖିଆ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏଥିପ୍ରତି ୫ଟି ସଚିବ ଓ ବିଭାଗୀୟ ସଚିବ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

- Advertisement -

Leave A Reply

Your email address will not be published.