ଖଣ୍ଡାରେ ଆକ୍ରମଣ ଘଟଣାରେ ୨କୋର୍ଟଚାଳଣ

0 76

ବାରଙ୍ଗ,୧୫ା୩(ଏସଏସନିଉଜ)ତାସ ଖେଳକୁନେଇ ଗୁରୁବାରଦିନ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ଏହି ଘଟଣାରେ ଜଣେ ଫେରାର ଥିବାବେଳେ ପୋଲିସ ସେମାନଙ୍କଠାରୁ ଘାସକଟା ଖଣ୍ଡା ଓ ସ୍କୁଟିକୁ ଜବତକରିଛି ।
ପ୍ରକାସଯେ,ଗୁରୁବାର ୪ଟା ସମୟରେ ପାଇକେରାପୁରଗ୍ରାମର ଅମର ପ୍ରଧାନ ,ଧଡୁଦାସ ଓ ଅନ୍ୟମାନେ ମିଶି ଗାଁରେ ତାସ ଖେଳୁଥିଲେ ।ତାସ ଖେଳକୁନେଇ ଅମିର ପ୍ରଧାନ ଓ ଧଡୁଦାସଙ୍କ ମଧ୍ୟରେ ବଚସା ହୋଇଥିଲା ।ଏହିଘଟଣା ପରବର୍ତିସମୟରେ ଉଗ୍ରରୁପ ଧାରଣ କରିଥିଲା ।ଧଡୁ ଦାସ ତାଙ୍କ ପୁଅ ସୂର‌୍ୟ୍ୟଙ୍କୁ ଫୋନକରି ପାଟିତୁଣ୍ଡ ବିଷୟରେ କହିବାସହ ଆସିବାକୁକହିଥିଲେ ।ଏହାପରେ ସୁର୍ଯ୍ୟ ସାଲିଆସହିର ତାର ଦୁଇ ସହଯୋଗୀ ଆକାଶମହାପାତ୍ର ଓ ଅନ୍ୟଜଣଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ଆସିଥିଲେ।ଆକାଶ ଆଣିଥିବା ଖଣ୍ଡାରେ ଅମରଙ୍କୁ ଆକ୍ରମଣ କରିଥିଲା ।ଖଣ୍ଡା ଚୋଟରୁ ରକ୍ଷାପାଇବାପାଇଁ ଅମର ହାତଦେଖାଇଦେବାରୁ ଆଙ୍ଗୁଠି କଟିଯାଇଥିଲା ।ଏହାପରେ ତିନିଜଣ ଯୁବକ ଘଟଣାସ୍ଥଳରୁ ଏକ ସ୍କୁଟି ଯୋଗେ ଫେରାର ହୋଇଯାଉଥିବାବେଳେ ଗ୍ରାମବାସୀମାନେ ଆକାଶ ମହାପାତ୍ରକୁ କାବୁ କରି ଚନ୍ଦକାଥାନାପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ୯୦/୨୪କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବାସହ ଶୁକ୍‌ରବାରଦିନ ପାଇକରପୁରର ସୂର‌୍ୟ୍ୟକାନ୍ତ ଦାସ (୨୪) ସାଲିଆ ସାହିର ଆକାଶ ମହାପାତ୍ର (୨୩)ଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନଙ୍କଠାରୁ ବ୍ୟବହାର କରିଥିବା ଏକ ଘାସକଟାଖଣ୍ଡା ଓ ସ୍କୁଟିକୁ ଜବତକରିଛି ।

Leave A Reply

Your email address will not be published.