ଖରା ପାଇ କଟକଜିଲ୍ଲାର ସମସ୍ତ ସ୍କୁଲ ଛୁଟି

୩ ଦିନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ

କଟକ,୨୦।୪(ଏସଏସନିଉଜ)ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେରଖି ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀବିଦ୍ୟାଳୟ,ଅଙ୍ଗନବାଡି କେନ୍ଦ୍ରଗୁଡିକ ଚଳିତ ଅପ୍ରେଲମାସ ୨୧.୦୪.୨୦୨୬ତାରିଖଠାରୁ ୨୩.୦୪.୨୦୨୬ ରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତିବୋଲି ଜିଲ୍ଲାପ୍ରଶାସନପକ୍ଷରୁ ସୂଚନା ପ୍ରଦାନ କରାଯାଇଛି,ଏଥିସହିତ ଆବଶ୍ୟକସ୍ଥଳେ ବିଦ୍ୟାଳୟତରଫରୁ ଅନଲାଇନ୍ ଶିକ୍ଷାଦାନ କରାଯାଇପାରିବ ଏବଂ ଏହିସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହାସହ ଜିଲ୍ଲାର ସମସ୍ତ ସରକାରୀ,ଅନୁଦାନପ୍ରାପ୍ତ ଓ ବେସରକାରୀ କଲେଜଗୁଡ଼ିକ ମଧ୍ୟ ଉକ୍ତ ସମୟ ମଧ୍ୟରେ ବନ୍ଦରହିବ।ତେବେ,ପୂର୍ବନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ନିୟମିତ ସୂଚୀ ଅନୁଯାୟୀ ହେବ।ଅଙ୍ଗନବାଡି କେନ୍ଦ୍ରଗୁଡିକରେ ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ଜିନିଷ ଘରକୁଦେବା ନିମନ୍ତେ ଶ୍ରୀଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି।ଏଠାରେ ସୂଚନା ଯୋଗ୍ୟଯେ,ପୂର୍ବରୁ ପ୍ରାତଃଘ୬. ୩୦ମିଠାରୁ ସକାଳ ୯ଘଟିକା ପର୍ଯ୍ୟନ୍ତ ଖୋଲା ରଖିବାପାଇଁ ଶ୍ରୀଶିନ୍ଦେ ନିର୍ଦ୍ଦେଶ ଦେଇଥିଲେ,ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହର ବୃଦ୍ଧିକୁ ପରିଲକ୍ଷିତକରି ପୁନର୍ବାର ସମୀକ୍ଷାକରାଯାଇ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଉପଯୁକ୍ତ ଗ୍ରୀଷ୍ମପ୍ରବାହ ସତର୍କତା ଅବଲମ୍ବନକରି ଜନଗଣନା କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

- Advertisement -

Leave A Reply

Your email address will not be published.