ନବରଙ୍ଗପୁର,୭।୮(ଏସଏସନିଉଜ) ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଜବାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।ଦେଶ ସ୍ୱାଧୀନତା ର ଦୀର୍ଘବର୍ଷ ପରେ ବି ପକ୍କା ରାସ୍ତାଟିଏ ନାହିଁ ।କେବଳ ସେତିକି ନୁହେଁ ଖଟିଆ ରେ ବୁହାହୋଇ ଯାଇ ଶବ ହୋଇକି ଘରକୁ ଫେରିବାର ଘଟଣା ଗ୍ରାମବାସୀଙ୍କ ଦୁଃଖ ବଢ଼ାଉଦେଇଛି।ମୈଦଲପୁର ପଞ୍ଚାୟତ ଜବାଗୁଡା ଗ୍ରାମର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀଙ୍କ ଜ୍ୱର ନଛାଡ଼ିବାରୁ ଗୁରୁତର ଅବସ୍ତାରେ ତାଙ୍କୁ ଡାକ୍ତରଖାନାକୁ ନେବାକୁ ପଡ଼ିଥିଲା।କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର କଣ୍ଟାସାରୁ ଗ୍ରାମ ନିକଟରେ ରହିଯାଇଥିଲା ।
ଶେଷରେ ରାତ୍ରି ସମୟରେ ଗ୍ରାମବାସୀ ବାଧ୍ୟହୋଇ ଟର୍ଚ୍ଚ ଓ ମୋବାଇଲ ଲାଇଟରେ ଖଟିଆରେ ଭାରକରି ରୋଗୀକୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ।କିନ୍ତୁ ଲଳିତାଙ୍କୁ ପ୍ରଥମେ ମୈଦଲପୁର ଓ ପରେ ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ଓ ପରେ କୋରାପୁଟ ଏସଏଲଏନ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Prev Post
Next Post
