ଜଟଣୀ,୯।୬(ଏସଏସନିଉଜ)ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଜଟଣୀ ଥାନା ଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଥାନାର ଏକ ସ୍ପେସାଲ ଟିମ୍ ସଦଳବଳେ ଖୁଦୁପୁର ଛକ ନିକଟସ୍ଥ ହୋଟେଲ୍ ଲ୍ୟାଣ୍ଡମାର୍କ ନିକଟରେ ରବିବାର ଅତର୍କିତ ଚଢ଼ଉ କରିବା ସହ ସର୍ବସାଧାରଣରେ ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ଦୁଇଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।ସେମାନେ ହେଲେଶ୍ରୀରାମନଗରରେ ରହୁଥିବା ଟାଙ୍ଗୀ ଜରିପଡାଗ୍ରାମର ରାଜେଶ୍ ମହାପାତ୍ର(୩୦), ନୟାଗଡ଼ ରଣପୁରର ଓମ୍ ପ୍ରକାଶ ରଥ(୨୩)। ଛାନବିନ ସମୟରେ ପୁଲିସ ମୋଟ ୧୨ଗ୍ରାମ ଓଜନର ବ୍ରାଉନସୁଗାର, ୧୦୦୦ଟଙ୍କା ଏବଂ ଗୋଟିଏ ସ୍କୁଟି ଜବତ କରିଥିଲେ ।ପଚରାଉଚରା ବେଳେ ଉଭୟଦୀର୍ଘଦିନ ଧରି ବେଆଇନ ବ୍ରାଉନ ସୁଗାର ବ୍ୟବସାୟ କରିଆସୁଥିବା କଥା ସ୍ଵୀକାର କରିଛନ୍ତି । ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ୨୬୨/୨୫ କେସ ନମ୍ୱରରେ ଏକ ମକଦ୍ଦମା ରୁଜୁକରି ଉଭୟଙ୍କୁ ରବିବାର ଗିରଫକରି ସୋମବାର କୋର୍ଟଚାଲାଣ କରିଛନ୍ତି ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
