ଭୁବନେଶ୍ୱର, ୨୧।୮(ଏସଏସନିଉଜ) ଆଜି ଜନତାମୈଦାନରେ ପୁଲିସ ଛାଉଣିରେ ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନିରପ୍ରାୟ୧୫ହଜାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ୍ ।ଏହିଅବସରରେ ସେ କହିଛନ୍ତି ଯେ, କଲେଜ ସମ୍ପର୍କିତ ରହିଥିବା ସମସ୍ୟା ଭିତ୍ତିଭୂମି ଓ ପାଠପଢ଼ାକୁ ନେଇ ହେଉଥିବା ସମସ୍ୟା ଏଭଳି ବିଭିନ୍ନ ପ୍ରସଙ୍ଗରେ ୫-ଟି ସଚିବଙ୍କ ପାଖରେ ଅଭିଯୋଗ ରଖିବେ ଛାତ୍ରଛାତ୍ରୀ। ଖୋର୍ଦ୍ଧାଜିଲ୍ଲାର ସବୁ ହାଇଅର ସେକେଣ୍ଡାରୀ ସ୍କୁଲ ଓ ଯୁକ୍ତ୩କଲେଜ ୬ ମାସରେ ୫-ଟିରେ ଅନ୍ତର୍ଭୁକ୍ତ ହେବ। ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ୫-ଟି ସଚିବ ଘୋଷଣା କରିଛନ୍ତି । କାଳିମାଡ଼ ଘଟଣାପରଠାରୁ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୁଲିସା ପାଖାପାଖି ୪ ରୁ ୫ ପ୍ଲାଟୁନ ପୁଲିସ ଫୋର୍ସ ସହ ବିଭିର୍ଣଥାନାଅଧିକାରୀମାନେ ଉପସ୍ଥିତଥିବାର ଦେଖିବାକୁ ମିଳିଛି ।
