ଖୁବ୍ ଶୀଘ୍ର ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର

0 288

ଆଜିର ଖବର,ତାରିଖ – ୨୮/୧୦/୨୦୨୦(ବୁଧବାର)
୧. ନୂଆଦିଲ୍ଲୀ: କେନ୍ଦ୍ର ସରକାର ନଭେମ୍ବର ଶେଷ ପର୍ଯ୍ୟନ୍ତ ଅନ୍‌ଲକ୍ ୫.୦ ନିର୍ଦ୍ଦେଶାବଳିର ଅବଧିକୁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଅନ୍‌ଲକ୍ ୫ ନିର୍ଦ୍ଦେଶାବଳି ନ‌ଭେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ।
୨. ବୈଜୟନ୍ତ-ବାହାମାସ୍ ଲିଙ୍କ୍ ନେଇ ଗର୍ଜିଲା ‘ପାଥ୍’ ।
୩. ଭାରତ-ଆମେରିକା ୨+୨ ବୈଠକ, ଯେ କୌଣସି ବିପଦ ପାଇଁ ଭାରତ ସହ ରହିଛୁ: ପମ୍ପିଓ ।
୪. ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରି-ପ୍ରାଇମେରି ଶିକ୍ଷକ ଦାୟିତ୍ବ ମିଳିପାରେ । କେନ୍ଦ୍ର ସରକାର ଲାଗୁ କରିବାକୁ ଥିବା ନୂତନ ଶିକ୍ଷା ନୀତି ଅନୁଯାୟୀ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।
୫. ଭୁବନେଶ୍ବର : ଖରିଫ ଋତୁ ଧାନ ଆସନ୍ତା ନଭେମ୍ବର ପହିଲାରୁ କିଣା ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଚାଷୀ ପଞ୍ଜୀକରଣରେ ୨୧ ଭାଗ ବୃଦ୍ଧି ଘଟିଛି ।
୬. ମୁମ୍ବଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଙ୍ଗଳବାର ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରେ ଚଢଉ କରିଥିଲା ।
୭. କଟକ ବଡ଼ ଡାକ୍ତରଖାନା : ଖୋଲିଲା ୫୦୦ ଶଯ୍ୟାର କୋଭିଡ ହସ୍ପିଟାଲ ।
୮. କେନ୍ଦ୍ରୀୟ ଅର୍ଥକୁ ହଡପ କରି ମିଛରେ ବିକାଶର ଡିଣ୍ଡିମ ପିଟିଚାଲିଛନ୍ତି ବିଜେଡି ନେତା : ଭୃଗୁ ବକ୍ସିପାତ୍ର ।
୯. ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି ।
୧୦. ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଶାସନ ପଦ୍ଧତି ସର୍ବଦା ସ୍ୱଚ୍ଛ, ଦାୟିତ୍ୱଶୀଳ ଓ ଉତ୍ତରଦାୟୀ ହେବା ଉଚିତ୍ ।
୧୧. ଭାରତ-ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଇସିଏ ପ୍ରତିରକ୍ଷା ଚୁକ୍ତି ।
୧୨. ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର। ଆଗକୁ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୬ ଟଙ୍କା ଏବଂ ଡିଜେଲରେ ୫ ଟଙ୍କା ବୃଦ୍ଧି କରିପାରନ୍ତି।
୧୩. ଛାତ୍ରବୃତ୍ତି ପୋର୍ଟାଲ, ସୁମଙ୍ଗଳ ପୋର୍ଟାଲା କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ଉପକୃତ ହେବେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ,ଏଣିକି ଛାତ୍ରବୃତ୍ତି ପାଇଁ ଗୋଟିଏ ପୋର୍ଟାଲ ।
୧୪. ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଚଳିତ ଆଇପିଏଲ୍‌ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍‌ରେ‌ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ ।
୧୫. ହେମ ବାବୁ ତାଳଚେର ମାଟିର ଅମ୍ଲାନ ପ୍ରତିଭା ।
୧୬. କରୋନା ମହାମାରୀ ଚାଲିଥିବା ବେଳେ ଓଡିଆ ଚଳଚିତ୍ର ଚଳଚଞ୍ଚଳ, ‘ମନ ମୋର କାଗଜ ଗୁଡି’ର ହେଲା ଶୁଭ ମହୁରତ ।
୧୭. ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ।
୧୮. ଲୋକସେବା ଭବନରେ ଚାଲିଛି ଭିଜିଲାନସ ସପ୍ତାହ ପାଳନ, ମୁଖ୍ୟଶାସନ ସଚିବ କରାଉଛନ୍ତି ଶପଥପାଠ ।
୧୯. କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ପାଞ୍ଚ ଆଇଏଏସ ସ୍ତରରେ ହେଲା ଅଦଳ ବଦଳ ।
୨୦. ମାଲ୍ୟାଙ୍କ ଋଣ ସୁଝିବାକୁ ବିକ୍ରି ହେବ ୟୁବିଏଚଏଲର ୧୧ ହଜାର କୋଟିର ସମ୍ପତ୍ତି : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।
୨୧. ଓଡ଼ିଶାର ୧୮ରୁ ଅଧିକ ସହର ସମ୍ପ୍ରସାରିତ ହେଲା ଜିଓଫାଇବର ସେବା, ୩୦ଦିନର ମାଗଣା ଟ୍ରାଏଲ ସୁବିଧା ।
୨୨. କରୋନା ପରବର୍ତ୍ତୀ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ଉର୍ଜା କ୍ଷେତ୍ର: ଧର୍ମେନ୍ଦ୍ର ।
୨୩. ରୋହିତ ବାଦ୍ ପଡ଼ିବା ନେଇ ରୋଷ: କ୍ରି‌କେଟ୍ ପ୍ରେମୀ ଚକିତ, ସାମାଜିକ ଗଣମାଧ୍ୟମରେ ବିତର୍କ
୨୪. ଭୁବନେଶ୍ବର: ଏଫ୍‌ଆଇଏମ୍ ବିଶ୍ବ ଚାମ୍ପିଅନସିପ୍ ଗ୍ରାଁ ପ୍ରିରେ ହୋଣ୍ଡା ଦଳ ୮୦୦ତମ ବିଜୟ ହାସଲ କରିଛି ।
୨୫. ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।
କରୋନା ଟିପ୍ସ୍ : ପାର୍ବଣ ସାଙ୍ଗକୁ ଶୀତଦିନ ଆସୁଛି ସାବଧାନ ରୁହନ୍ତୁ, ସଂକ୍ରମଣ ବଢ଼ିପାରେ ନିୟମ ମାନି ମାସ୍କ ପିନ୍ଧନ୍ତୁ, ଶାରୀରିକ ଦୂରତା ରଖନ୍ତୁ,ଓ ବାରମ୍ବାର ହାତ ଧୁଅନ୍ତୁ-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।

Leave A Reply

Your email address will not be published.