ଭୁବନେଶ୍ଵର,୩୦।୧(ଏସଏସନିଉଜ)ନବ ଦାସ ହତ୍ୟା ମାମଲାର ଖୁବ୍ଶୀଘ୍ର ଖୁଲାସା ହେବ କହିଲେ ଆଇନ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ।ଦୀପାଳିଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହୁଛନ୍ତିଯେ,ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି।
ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି।ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ।ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ।ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି।ଖୁବ୍ଶୀଘ୍ର ହତ୍ୟାକାଣ୍ଡର ଖୁଲାସା ହୋଇ ନିର୍ଯାସ ବାହାରିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।
Prev Post
Next Post
