ଖୁବଶିଘ୍ର ଏସସିବିର ଦ୍ଵିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଯିବ

0 374

କଟକ:୨୨/୧(ଏସଏସଏନ) ବୁଧବାର ସକାଳୁ ସକାଳୁ  ୫-ଟି ସଚିବ ଭି.କେ ପାଣ୍ଡିଆନ କଟକ ଗସ୍ତ କରି ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଏସସିବିର ଦ୍ଵିତୀୟ କ୍ୟାମ୍ପସ ରୂପରେଖ, ସିସୋର ପଠା, ହାଡ଼ିଆ ପଠା ଆଦି ସ୍ଥାନ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ୫ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, କଟକ ଜିଲାପାଳ ଓ କଟକ ଡିସିପି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଖୁବଶୀଘ୍ର ସିସୋର ପଠା ସମେତ ହାଡ଼ିଆ ପଠାରେ ଏସସିବିର କିଛି ବିଭାଗକୁ ନେଇ ଦ୍ଵିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ସେହିପରି ଏକ ଅତ୍ୟାଧୁନିକ କନ୍ଭେନ୍ସନ୍ କେନ୍ଦ୍ର ନିର୍ମାଣ କରିବା ପାଇଁ ମଧ୍ୟ ସ୍ଥିର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.