ନରହନ୍ତା ଦନ୍ତା କପିଲାଷ ଗଲା

0 387

ଭୁବନେଶ୍ବର :୨୨/୧(ଏସଏସଏନ)  ଅନୁଗୁଳ ବନଖଣ୍ଡ ଅଧୀନ ତାଳଚେର ରେଞ୍ଜରେ କିଛିଦିନ ହେବ ଉତ୍ପାତ କରୁଥିବା ନରହନ୍ତା ଦନ୍ତାକୁ ବନବିଭାଗ  ବୁଧବାର ଦିନ କପିଲାଷକୁ ପଠାଛନ୍ତି । ଏହି ନରହନ୍ତା ଦନ୍ତା ଗତ କିଛି ମାସ ମଧ୍ୟରେ ୬ ଜଣଙ୍କ ଜୀବନ ନେବା ସହ ତାଳଚେର ସହର ଅଞ୍ଚଳରେ ଉତ୍ପାତ କରୁଥିଲା। ଖବର ପାଇ ତାଳଚେର ବନାଞ୍ଚଳ ଡେରା ସଂରକ୍ଷିତ ଜଙ୍ଗଲ ନିକଟରେ ବୁଲୁଥିବା ଏହି ଦନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗ ସଦଳବଳ ପହଞ୍ଚି ଥିଲା। ହେଲେ ଧରା ଦେଇନଥିଲା ଦନ୍ତା । ୪ ଦିନ ଧରି ବନବିଭାଗ ସହ ଲୁଚକାଳି ଖେଳ ଖେଳୁଥିଲା । ଶେଷରେ  ସୋମବାର ଦିନ ତାଳଚେର ଜଗନ୍ନାଥ କୋଇଲାଖଣି ନିକଟସ୍ଥ ଏକ ଜଙ୍ଗଲରେ ସନ୍ଧ୍ୟା ସମୟରେ  ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା ।ଅନୁଗୋଳ ଡିଏଫଓ ଭି.କାର୍ତ୍ତିକ, ସାତକୋଶିଆ ଏସିଏଫଓ ସରୋଜ ପଣ୍ଡା, ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁ, ପ୍ରବେଶନ ଆଇଏଫଏସ ଅଫିସର ସାଇକିରଣ, ଏସିଏଫଓ ବାସୁଦେବ ନାଏକ, ଏକ୍ସପର୍ଟ କମଳଲୋଚନ ପୁରୋହିତ, ତାଳଚେର ରେଞ୍ଜର ହିମାନି ନାୟକଙ୍କ ସହ ଛେଣ୍ଡିପଦା ସମେତ କଣିହାଁ ରେଞ୍ଜର ଯୋଗଦେଇଥିବା ବେଳେ ମୋଟ ୪୦ ଜଣ ବନ କର୍ମଚାରୀ ଏହି ଅପରେସନରେ ସାମିଲ ହୋଇଥିଲେ।  ଏହି ନରହନ୍ତା ହାତୀକୁ ଢେଙ୍କାନାଳ କପିଳାସ ଚିଡିଆଖାନାକୁ ବୁଧବାର ଦିନ ଏକ ହାଇଓ୍ବା ଗାଡିରେ ଅଣାଯାଇ ଛଡାଯାଇଥିବା ସୁଚନା ମିଳିଛି  ।

Leave A Reply

Your email address will not be published.