କ୍ଷମା ମାଗିଲେ ବିଧାୟକ

0 59

ଭୁବନେଶ୍ୱର,୪ା୧(ଏସଏସନିଉଜ) ଏନସିପିରବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି ମନ୍ତବ୍ୟ ଦେଇଥିଲେ ।ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଥିଲେ । ନେତାଙ୍କ ଏଭଳି ମନ୍ତବ୍ୟ ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି।ଏନସିପି (ଶରଦ ପାୱାର ଗୋଷ୍ଠୀ)ର ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ସେ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ ।ସେ କହିଥିଲେ ଜଣେ ବ୍ୟକ୍ତି ଯିଏ ୧୪ ବର୍ଷ ଧରି ଜଙ୍ଗଲରେ ରହିଥିଲେ – ସେ କେଉଁଠୁ ଶୁଦ୍ଧ ନିରାମିଶ ଆହାର ପାଇବେ? ସେ ବନରେ ଶିକାର କରି ଖାଉଥିଲେ। ବାଲ୍ମିକୀ ରାମାୟଣରେ ଅନେକ କାଣ୍ଡ ଅଛି। ଏଥିରେ ଅଯୋଧ୍ୟା କାଣ୍ଡ ବି ଅଛି। ‌ଶ୍ଳୋକ ନମ୍ବର ୧୦୨ରେ ଏବିଷୟରେ ଉଲ୍ଲେଖ ରହିଛି ବୋଲି କହିଥିଲେ ।ବିଧାୟକଙ୍କ ଏଭଳି ମନ୍ତବ୍ୟପରେ ତାଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ପାଇଁ ଲୋକମାନେଦାବି କରିଛନ୍ତି।ଏହାକୁନେଇ ମହାରଷ୍ଟ୍ରରେ ସରଗରମ ଆଲୋଚନା ,ଚର୍ଚ୍ଚା ଓ ବିରୋଧଭାସ ଆସୁଥିବାବେଳେ ଜିତେନ୍ଦ୍ର ଆହ୍ୱାଡ୍ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ‘ ଶ୍ରୀରାମଙ୍କୁ ମାଂସାହାରୀ କହିବା ପଛରେ ମୋର ମନ୍ଦ ଉଦ୍ଦେଶ୍ୟ କିଛି ନଥିଲା। ଯଦି ମୋର ଏଭଳି ମନ୍ତବ୍ୟ କାହାକୁ ଦୁଃଖ ପହଞ୍ଚାଇଛି ସେଥିପାଇଁ ମୁଁ ଦୁଃଖୀତ। ମୋତେ କ୍ଷମା କରିଦେବେ।

 

Leave A Reply

Your email address will not be published.