କ୍ଷତିପୁରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

0 201

ବଲାଙ୍ଗୀର ,୩୦/୯(ଏସଏସନିୟୁଜ) ଆଜି ଭୋର ସମୟରେସଇଁତଳା ଥାନା ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି ।ଏଥିରେ ଶିଶକେଲା ଗ୍ରାମର ସୁବଳ ସାହୁ ଓ କୈବଲ୍ୟ ମାଝୀଙ୍କର ମୃତ୍ୟୁ ହୋଇଥିବାବେଳେ ଦେବାଶିଷ ସାହୁ ଗୁରୁତର ହୋଇଛନ୍ତି । ମିଠା ବ୍ୟବସାୟୀ ସୁବଳ ସାହୁ, କୈଲବ୍ୟ ମାଝୀ, ଦେବାଶିଷ ସାହୁ ମିଶି ଅଟୋରେ କୁଇକେଡା ପଞ୍ଚାୟତର କଳାହାଣ୍ଡି ଛକର ବଜାରକୁ ଆସୁଥିବାବେଳେ ଏକ ମାଲ୍ ବୋଝେଇ ଟ୍ରକ୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଚାଳକ ଓ ହେଲପରକୁ ପୋଲିସ ଅଟକ ରଖିଥିବାବେଳେ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବୀରେ ଗ୍ରାମବାସୀମାନେ ୨୬ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

Leave A Reply

Your email address will not be published.