କିରାଣୀ ଚଲାଉଛି ତହସିଲ କାର୍ଯ୍ୟାଳୟ

0 984

ବାଙ୍କି,୯/୫(ଏସଏସନିୟୁଜ)ମହାମାରୀ କରୋନାପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ସରକାରୀ କାର୍ଯ୍ୟାଳୟକୁ ଆବଶ୍ୟକତାକୁ ଦେଖି କମ୍‌ସଂଖ୍ୟକ କର୍ମଚାରୀମାନେ ମଧ୍ୟ ଅସୁଛନ୍ତି । ତେବେ କରୋନାର ଭୟ ସବୁଆଡେ ଘାରିଛିା ରହିଛି । ଏହାରି ଭିତରେ ଜଣେମାତ୍ର କର୍ମଚାରୀ ଡମପଡା ତହସିଲ କାର୍ଯ୍ୟାଳୟକୁ ଜଗି ରହିଥିବାର ଦେଖିବାକୁ ମିଳିଛି । ନା ଆସୁଛନ୍ତି ବଡବାବୁମାନେ ନା ତଳ କର୍ମଚାରୀ ।ଏକୁଟିଆ ରହି କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିବା କାର୍ଯ୍ୟ କୁ ଚଳାଇଛନ୍ତି ପ୍ରଦୀପ । ଡମପଡା ତହସିଲର ବରିଷ୍ଠ କିରାଣି ପ୍ରଦୀପ କୁମାର ବସନ୍ତରା । ସକାଳୁ ଆସି କାର୍ଯ୍ୟାଳୟ ଖୋଲିବା ସହ ୫ଟାରେ ବନ୍ଦ କରିବାପୁର୍ବରୁ ତହସିଲ ଅଧିନରେ ଥିବା ୧୭ଗୋଟି ପଂଚାୟତରୁ ଦୈନଦିନ କରୋନା ବିବରଣୀ ତାଲିକା ସଂଗ୍ରହକରି ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରିବାର ଦାୟିତ୍ୱ ତାଙ୍କୁ ମିଳିଛି ।ଏହି କାର୍ଯ୍ୟକୁ ସୁଚାରୁରୁପେ ସମ୍ପନ୍ନ କରିବାପାଇଁ ଏଳୁଟିଆ ଡମପଡା କାର୍ଯ୍ୟାଳୟରେ ଜଗିରହିଥିବାର ଦେଖିବାକୁ ମିଳିଛି ।

ଶୁକ୍ରବାର ସୁଦ୍ଧା ତାଳବସ୍ତ ପଂଚାୟତରେ ୪ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବାବେଳେ ୩୦୦ବେଡ୍‌ପଡିଥିବାବେଳେ ୩୫୯ଜଣ ରେଜିଷ୍ଟେସନ କରିଛନ୍ତି ଓ ୪ଜଣ କରାଯାଇଥିବା କ୍ୱାରେଟାଇନରେ ଆସି ରହିଛନ୍ତି ।ଦୁଲଣପୁର ପଂଚାୟତରେ ୨ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ବେଡ୍ ପଡିଥିବାବେଳେ ୮୩ଜଣରେଜିଷ୍ଟେସନ କରିଛନ୍ତି । ବିଲିପଡା ପଂଚାୟତରେ ୩ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୦ବେଡ୍ ପଡିଥିବାବେଳେ ୨୬୬ଜଣ ରେଜିଷ୍ଟେସନ କରିଥିବାବେଳେ ୮ଜଣ ଆସି ରହିଛନ୍ତି । ଗୋବିନ୍ଦପୁର ପଂଚାୟତରେ ୨ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ବେଡ୍ ପଡିଥିବାବେଳେ ୧୦୦ଜଣ ରେଜିଷ୍ଟେସନ କରିଛନ୍ତି । ଡମପଡା ପଂଚାୟତରେ ୨ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୫୦ବେଡ୍ ପଡିଛି ।୫୯ଜଣ ରେଜିଷ୍ଟେସନକରିଥିବାବେଳେ ଜଣେ ଆସି ରହିଛନ୍ତି ।କୁସପଙ୍ଗି ପଂଚାୟତରେ ୫ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬୦ବେଡ୍ ପଡିଛି ଓ ୧୫୭ ରେଜିଷ୍ଟେସନ କରିଛନ୍ତି ।ପାଥପୁରପଂଚାୟତରେ ୨ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଡିଛି ୧୫୦ବେଡ୍ । ୨୩୨ଜଣ ରେଜିଷ୍ଟେସନ କରିଛନ୍ତି । ବାଆଁରା ପଂଚାୟତରେ ଗୋଟିଏ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪୦ବେଡ୍ ପଡିଥିବାବେଳେ ୩୪ଜଣ ରେଜିଷ୍ଟେସନ କରିଥିବାବେଳେ ଜଣେ ରହିଛନ୍ତି

। ଭଗିପୁର ପଂଚାୟତରେ ହୋଇଥିବା ୨ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍‌ଦ୍ରରେ ୮୦ଟିବେଡ୍ ପଡିଥିବାବେଳେ ୪୫ରେଜିଷ୍ଟେସନ କରିଛନ୍ତି । ସିମିଳିପୁର ପଂଚାୟତରେ ଗୋଟିଏଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧୫ବେଡ୍ ପଡିଛି ।୧୩୪ଜଣରେଜିଷ୍ଟେସନ କରିଥିବାବେଳେ ୨ଜଣ ଆସି ରହିଛନ୍ତି । ହରିରାଜପୁର ପଂଚାୟତରେ ୨ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫୫ବେଡ୍ ପଡିଛି ।୧୧୦ଜଣ ରେଜିଷ୍ଟେସନ କରିଥିବାବେଲେ ୨ଜଣ ଆସି ରହିଛନ୍ତି । ନାରଗଙ୍ଗା ପଂଚାୟତରେ ୨ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ବେଡ୍ ପଡିଛି ।୧୪୩ଜଣ ରେଜିଷ୍ଟେସନ କରିଛନ୍ତି ।ତୁଳସିପୁର ପଂଚାୟତରେ ଗୋଟିଏ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ୫୬ବେଡ୍ ପଡିଥିବାବେଳେ ୫୧ଜଣ ରେଜିଷ୍ଟେସନ କରିଛନ୍ତି ଓ ଜଣେ ଆସି ରହିଛନ୍ତି । ଧନସର ପଂଚାୟତରେ ଗୋଟିଏ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଡିଛି ୬ଟିବେଡ୍ । ୯୬ଜଣ ରେଜିଷ୍ଟେସନ କରିଥିବାବେଳେ ୨ଜଣ ଆସି ରହିଛନ୍ତି ।ରଗଡି ପଂଚାୟତରେ ଗୋଟିଏ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୧୨୦ଟି ବେଡ୍ ପଡିଛି ।୧୫୬ଜଣରେଜିଷ୍ଟେସନ କରିଛନ୍ତି । ଗୋପାଳପୁର ପଂଚାୟତରେ ୫ଟିଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡିଛି୧୩୬ବେଡ୍ ।୨୫୦ଜଣ ରେଜିଷ୍ଟେସନ କରିଥିବାବେଳେ ଜଣେ ଆସି ରହିଛନ୍ତି ।ସେହିପରି ଦୁର୍ଗାପୁର ପଂଚାୟତରେ ୩ଟିଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୫୯ଟି ବେଡ୍ ପଡିଛି ।୩୩୫ଜଣ ଅଦ୍ୟାବଧି ରେଜିଷ୍ଟେସନ କରିଥିବାର ଜଣପଡିଛି ।

Leave A Reply

Your email address will not be published.