କେକେଙ୍କ ମୁହଁ ମୁଣ୍ଡରେ କ୍ଷତ!

0 300

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ବଲିଉଡର ଲୋକପ୍ରିୟ ଗାୟକ କ୍ରିଷ୍ଣକୁମାର କୁନ୍ନାଟ ଓରଫ କକ କୋଲକାତାର ଏକ ଲାଇଭ ଶୋରେ ଗୀତ ଗାଉଥିବା ବେଳେ ଅସୁସ୍ଥ ହୋଇପଡି ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।କେକେଙ୍କ ମୃତ୍ୟୁକୁ ନେଇ ଏବେ ବଢୁଛି ସସ୍ପେନ୍ସ ।ପଞ୍ଚନାମା ବେଳେ କେକେଙ୍କ ମୁହଁ, ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ପାଇଛି ପୋଲିସ।ମୁହଁ, ମୁଣ୍ଡରେ କ୍ଷତ ଚିହ୍ନ ଦେଖିବା ପରେ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ କରାଇଛି ପୋଲିସ ।

 

Leave A Reply

Your email address will not be published.