କୌଣସି ‘ମାଇ କା ଲାଲ୍’ ଚାଷୀଙ୍କଠାରୁ ଜମି ଛଡ଼ାଇ ନେଇ ପାରିବେ ନାହିଁ

ଖବର ଆଜିର,ତାରିଖ ୨୮-୧୨-୨୦ ସୋମବାର

0 344

୧-ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର
୨-ବଢିଲା ଗାଡି କାଗଜପତ୍ର ବୈଧତା । କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା ।
୩-ନୂଆବର୍ଷ ପାଇଁ ଟୁଇନ ସିଟରେ ନଜର ରଖିବ ପୋଲିସ । ଟାର୍ଗେଟରେ ରହିବ ହୋଟେଲ ଓ ବାର । ହେବନି ଜିରୋ ନାଇଟ ସେଲିବ୍ରେସନ ।
୪-ଚଳିତବର୍ଷର ଶେଷ କ୍ୟାବିନେଟ ଆଜି; ଆସିବ ୧୨ ପ୍ରସ୍ତାବ ।
୫-ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ: ବିଦାୟୀ ବର୍ଷ ବହୁ କିଛି ଦେଖାଇଛି-ଶିଖାଇଛି ।
୬-ଶିବସେନା ନେତା ସଂଜୟ ରାଉତଙ୍କ ପତ୍ନୀଙ୍କୁ EDର ସମନ, ୨୯’ରେ କରିବ ଜେରା ।
୭-ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସଆଇଟିର ଯୋଜନା । ଘଟଣା ସଂପର୍କିତ ସ୍ଥିତି ଦେଖାଇ ମସ୍ତିଷ୍କର ହଲଚଲ ମାପିବ ମେସିନ୍ ।
୮-ସୁପରଷ୍ଟାର ରଜନୀକାନ୍ତ ଦୁଇ ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ
୯-ଚାଷୀ ଆନ୍ଦୋଳନ ଯୋଗୁ ଦେଶରେ ବଢିଛି ମୋବାଇଲ ଟାୱାର ଭଙ୍ଗାରୁଜା ଘଟଣା, ଭାଙ୍ଗିଲାଣି ୧ ହଜାର ୩୩୮, ସେବା ପ୍ରଭାବିତ ।
୧୦-ନୂଆ କୃଷି ଆଇନ ସଂପର୍କରେ ଲୋକଙ୍କୁ ପାଠ ପଢ଼ାଇବ ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପୁସ୍ତିକା ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୧୧-ଫ୍ୟାନଙ୍କୁ ସରପ୍ରାଇଜ ଦେଲେ ସୋନୁ । ଫାଷ୍ଟଫୁଡ ଦୋକାନରେ ପହଞ୍ଚିଲେ ନିଜେ ରୋଷେଇ କଲେ । ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ଫ୍ୟାନ ।
୧୨-କୌଣସି ‘ମାଇ କା ଲାଲ୍’ ଚାଷୀଙ୍କଠାରୁ ଜମି ଛଡ଼ାଇ ନେଇ ପାରିବେ ନାହିଁ: ପ୍ରତିରକ୍ଷା ମନ୍ତ୍ରୀ ।
୧୩-୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ: ଡିଜିପି କହିଲେ, ‘ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି’
୧୪-ସୁଶାନ୍ତ ସିଂ ମୃତ୍ୟୁ ମାମଲା : ୫ ମାସରେ କଣ ତଦନ୍ତ ହୋଇଛି ରିପୋର୍ଟ ଦିଅ, CBIକୁ ଟାର୍ଗେଟ୍ କଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ।
୧୫-ଆସାମ ନିର୍ବାଚନ ପାଇଁ ପ୍ରସ୍ତୁତି : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅନ୍ୟ ଦଳୀୟ ନେତୃବର୍ଗଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ।
୧୬-କଟକଣାରେ ଚାଲିବ ପ୍ରଦର୍ଶନୀ ଋତୁ: ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଲାଣି ବୁକିଂ ।
୧୭-ଏଏନ୍ଏମ୍‌ଙ୍କ ଆନ୍ଦୋଳନକୁ ମାସେ ପୂରିଲା, ଜଣକ ଗର୍ଭ ନଷ୍ଟ, ୩୦ରୁ ଅଧିକ ଅସୁସ୍ଥ ।
୧୮-ସୋମବାରଠାରୁ ଦେଶରେ ଚଳାଚଳ କରିବ ଚାଳକ ବିହୀନ ଟ୍ରେନ। ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ)ରେ ଚଳାଚଳ କରିବ।
୧୯-ଆନ୍ଦୋଳନକାରୀ କୃଷକଙ୍କୁ ଭେଟିଲେ କେଜରିୱାଲ; ବିତର୍କ ପାଇଁ ​‌କେନ୍ଦ୍ରକୁ ଆହ୍ବାନ ।
୨୦-ନୀତିଶ କୁମାରଙ୍କ ବଡ଼ ବୟାନ, କହିଲେ- ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି, ଚାପରେ ପଡ଼ି ଦାୟିତ୍ବ ଗ୍ରହଣ କଲି ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.