କୌଣସି ଶକ୍ତି ଆମର ଇଞ୍ଚେ ବି ଜାଗା ନେଇ ପାରିବ ନାହିଁ

0 311

ଖବର ଆଜିର,ତାରିଖ ୧୮/୦୭/୨୦,ଶନିବାର

୧-ସ୍ୱାଭାବିକ ସ୍ଥିତି ଫେରିନାହିଁ, ଏଥର ଲକଡାଉନ୍ କଡାକଡି ହେବ : ପୁଲିସ କମିସନର ।

୨-ଅଙ୍ଗନୱାଡି ଓ ଆଶାକର୍ମୀ କରୋନା ଡ୍ୟୁଟିରେ ଥିବା ବେଳେ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ଭତ୍ତା ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

୩-ଲକ ଡାଉନ ଘୋଷଣା ଯୋଗୁଁ ଜୁଲାଇ 31ଯାଏଁ ମୋ ବସ୍ ବନ୍ଦ ରହିବ ।

୪-କରୋନାଜନିତ କଟକଣା ଯୋଗୁ ବିପିୟୁଟିର ସମସ୍ତ ଅନଲାଇନ୍ ପରୀକ୍ଷାକୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।

୫-ହରିଆଣା ଓ ପୁଣେରେ ଦେଶୀ କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ।

୬-ରାଜ୍ୟରେ ଶୁକ୍ର ବାର ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୧୧୦ କୁ ବୃଦ୍ଧି ହୋଇଛି। ସୁସ୍ଥ ହେଲେ ଆଉ ୪୫୩ଜଣ କରୋନା ଆକ୍ରାନ୍ତ, ୧୧୩୩୦ରେ ପହଞ୍ଚିଲା ମୋଟ ସୁସ୍ଥ ସଂଖ୍ୟା

୭-କରୋନା ମୁକାବିଲା ନେଇ ଓଡ଼ିଶାକୁ ଆସିବ ଆଉ ୨ଲକ୍ଷ ଆଣ୍ଟିଜେନ ।

୮-କୌଣସି ଶକ୍ତି ଆମର ଇଞ୍ଚେ ବି ଜାଗା ନେଇ ପାରିବ ନାହିଁ: ପ୍ରତିରକ୍ଷା ମନ୍ତ୍ରୀ । ଲଦାଖରେ ଭାରତୀୟ ଯବାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ବୋଧନ କରିଛନ୍ତି ।

୯-ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି, ୫ ଦିନ ପୂର୍ବେ ହୋଇଥିଲା କରୋନା।

୧୦-ଜାତୀୟ ଓ ରାଜ୍ୟ ରାଜପଥରେ ପାଟ୍ରୋଲିଂ ଡ୍ୟୁଟି କରିବେ ଏଏସଆଇ ତଥା ଅଧିକ ପାହ୍ୟାର ପୁଲିସ ଅଫିସର ।୧

୧-ଜାତିସଂଘରେ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି । ୨୦୨୨ ସୁଦ୍ଧା ସମସ୍ତେ ରହିବେ ଛାତ ଘରେ । ଶିକ୍ଷାଠୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେବ ସବକା ସାଥ୍ ସବକା ବିକାଶ ।

୧୨-ରାତି ଅଧରେ କୋବିଡ଼ ନିୟମ ଭାଙ୍ଗି ଗାଡ଼ିରେ ଯାଉଥିବା ଗୁଜରାଟର ଜଣେ ମନ୍ତ୍ରୀଙ୍କ ପୁଅକୁ ନାଲି ଆଖି ଦେଖାଇ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଥିବା ପୁଲିସ ଏଲ୍ ଆଇ ସୁନୀତା ଯାଦବ ଚାକିରିରୁ ଇସ୍ତଫା ଦେଇଛନ୍ତି ।

 

Leave A Reply

Your email address will not be published.